LIVE TV

ଫିକା ହେଲାନି ଧନତେରସ, ଦିଲ୍ଲୀରେ ସୁନା ଶସ୍ତା ହେଲା, ଜାଣନ୍ତୁ ୧୦ଗ୍ରାମ ପିଛା କାରବାର ଦର କେତେ?

NEWS7
pakistan-former-home-minister-rehman-mallik-tweet-on-rahul-gandhi

ନୂଆଦିଲ୍ଲୀ ୧୮।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଶନିବାର ସୁନା ମୂଲ୍ୟ ରେକର୍ଡ ସ୍ତରରୁ ୨,୪୦୦ ଟଙ୍କା ହ୍ରାସ ସହିତ ୧୦ଗ୍ରାମ ପିଛା ୧,୩୨,୪୦୦ ଟଙ୍କାରେ କାରବାର ହୋଇଛି। ଅଖିଳ ଭାରତୀୟ ସ୍ୱର୍ଣ୍ଣାଳଙ୍କାର ସଂଘ ଅନୁସାରେ ୯୯.୯% ଶୁଦ୍ଧ ଏହି ବହୁମୂଲ୍ୟ ଧାତୁ ଶୁକ୍ରବାର ୩,୨୦୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମ୧,୩୪,୮୦୦ ଟଙ୍କାର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ସ୍ଥାନୀୟ ବଜାରରେ ୯୯.୫% ଶୁଦ୍ଧ ସୁନା ମୂଲ୍ୟରେ ମଧ୍ୟ ଶନିବାର ହ୍ରାସ ଦେଖାଯାଇଛି।

ଗତବର୍ଷ ୨୯ ଅକ୍ଟୋବରରେ ପାଳିତ ହୋଇଥିବା ଧନତେରସରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୮୧,୪୦୦ ଟଙ୍କା ଥିଲା, ଯାହା ଚଳିତବର୍ଷ ବଢି ୧,୩୨,୪୦୦ ଟଙ୍କା ପ୍ରତି ୧୦ ଗ୍ରାମ ଦରରେ କାରବାର ହେଉଛି। ଅର୍ଥାତ ମାତ୍ର ଗୋଟିଏ ବର୍ଷରେ ସୁନା ଦର ୫୧,୦୦୦ ଟଙ୍କା ବା ୬୨.୬୫% ବୃଦ୍ଧି ହୋଇଛି। ରୂପା ଦର ଲଗାତାର ଦ୍ୱିତୀୟ ଦିନ ମଧ୍ୟ କମିଛି। ଶନିବାର ରୂପା ୭,୦୦୦ ଟଙ୍କା ଶସ୍ତା ହୋଇ ପ୍ରତି କେଜି ୧,୭୦,୦୦୦ ଟଙ୍କାରେ କାରବାର ହେଉଛି। ଶୁକ୍ରବାର ରୂପା କେଜି ପିଛା ଦର ୧,୭୭,୦୦୦ ଟଙ୍କାରେ କାରବାର ହେଉଥିଲା।

ଗତବର୍ଷ ଧନତେରସରେ ରୂପା କେଜି ପିଛା ଦର ୯୯,୭୦୦ ଟଙ୍କା ଥିବା ବେଳେ ଚଳିତବର୍ଷ ଏଥିରେ ୭୦,୩୦୦ ଟଙ୍କା ଅର୍ଥାତ ୭୦.୫୧% ବୃଦ୍ଧି ହୋଇଛି। ତେବେ ଆଜିର ମୂଲ୍ୟ ହ୍ରାସ ଦୁର୍ବଳ ବୈଶ୍ୱିକ ସଂକେତ କାରଣରୁ ହୋଇଛି। କାରଣ ନିବେଶକ ମୂଲ୍ୟ ବୃଦ୍ଧି ପରେ ଏବେ ସେମାନଙ୍କ ଲାଭ ଅସୁଲି କରୁଛନ୍ତି। ଏଥିରେ କାମା ଜ୍ୱେଲରୀ ଏମଡି କୋଲିନ ଶାହ ଏବର୍ଷ ଧନତେରସର ଚମକ ଫିକା ପଡିନି ବୋଲି କହିଛନ୍ତି। ସୁନାର ରେକର୍ଡ ମୂଲ୍ୟ ବୃଦ୍ଧି, ଅନୁକୂଳ ଆର୍ଥିକ ପରିବେଶ ଏବଂ ଜିଏସଟି ସୁଧାର ସତ୍ତ୍ୱେ ଉପଭୋକ୍ତା ଧନତେରସରେ ବେଶ୍ ବଢି ଚଢି ନିବେଶ କରିଛନ୍ତି।