ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ତୈଳ ଯୋଗାଣ ବଢାଇବ ଋଷିଆ, ଷ୍ଟ୍ରେଟ୍ ଅଫ ହର୍ମୁଜ ନେଇ ଆସିଲା ବଡ଼ ଖବର

NEWS7
pakistan-forces-fire-on-indian-fishing-boat-1-killed

ନୂଆଦିଲ୍ଲୀ ୫।୩: ଇରାନ ଉପରେ ଆକ୍ରମଣ କାରଣରୁ ଷ୍ଟ୍ରେଟ୍ ଅଫ ହର୍ମୁଜ ଦେଇ ଜାହାଜ ଯାତାୟାତ ପାଖାପାଖି ୭୦% ହ୍ରାସ ହୋଇଛି। ଭାରତର ପାଖାପାଖି ୫୦% ଅଶୋଧିତ ତୈଳ ହର୍ମୁଜ ଦେଇ ଆସିଥାଏ। ଏଣୁ ଭାରତକୁ ଅଶୋଧିତ ତୈଳ ଯୋଗାଣ ବାଧିତ ହେଉଛି। ଏହି ସଂକଟରେ ଭାରତ ନିମନ୍ତେ ତୈଳ ଯୋଗାଣ ବୃଦ୍ଧି କରିବାକୁ ଋଷିଆ ନିଷ୍ପତ୍ତି ନେଇଛି। ଋଷିଆ କହିଛି ଯେ ଯଦି ପଶ୍ଚିମ ଏସିଆରେ ତୈଳ ଯୋଗାଣ ବାଧିତ ହୁଏ ତେବେ ସେ ଭାରତକୁ ଦୈନିକ ପାଖାପାଖି ୯୫ଲକ୍ଷ ବ୍ୟାରଲ ତୈଳ ଯୋଗାଇବାକୁ ପ୍ରସ୍ତୁତ।

ଭାରତୀୟ ମହାସାଗର ଓ ଏସିୟ ଜଳ କ୍ଷେତ୍ରରେ ପାଖାପାଖି ୯.୫ ମିଲିୟନ ବ୍ୟାରଲ ଋଷୀୟ ତୈଳ ଟ୍ୟାଙ୍କର ଅଛନ୍ତି। ଏଣୁ ଆବଶ୍ୟକ ପଡିଲେ ଏହି ଟ୍ୟାଙ୍କର ଗୁଡିକୁ ଭାରତ ପଠା ଯାଇ ପାରେ। ବର୍ତ୍ତମାନ ଭାରତ ନିକଟରେ ପାଖାପାଖି ୨୫ ଦିନ ଚଳିବାକୁ ତୈଳ ମହଜୁଦ ଅଛି। ତେବେ ଭାରତ ଆବଶ୍ୟକ କରୁଥିବା ଅତିରିକ୍ତ ତୈଳ ଋଷିଆ ଯୋଗାଇ ଦେବାକୁ ଅଣ୍ଟାଭିଡିଛି। ଏଥିରୁ ଭାରତ-ଋଷିଆ ମଜବୁତ ବନ୍ଧୁତ୍ୱ ପୁଣି ଥରେ ସାମ୍ନାକୁ ଆସିଛି।

ଅନ୍ୟପଟେ ଭାରତକୁ ନେଇ ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ (ଆଇଆରଜିସି) ଗୁରୁବାର ଏକ ବଡ଼ ଘୋଷଣା କରିଛି। ଏଥିରେ ଷ୍ଟ୍ରେଟ୍ ଅଫ ହର୍ମୁଜ ଦେଇ ଭାରତୀୟ ପଣ୍ୟବାହୀ ଜାହାଜ ଯାତାୟାତ କରିପାରିବେ। ଏହା ପୂର୍ବରୁ ଆଇଆରଜିସି ଏହି ସୁବିଧା କେବଳ ଚୀନ୍ କୁ ଦେଇଥିଲା। ଏବେ ନୂଆ ଘୋଷଣାରେ ଏହି କଟକଣାରୁ ଭାରତକୁ ମଧ୍ୟ ବାହାରେ ରଖା ଯାଇଛି। ଏଣୁ ଇରାନ ଯୁଦ୍ଧ ଯୋଗୁ ଭାରତକୁ ତୈଳ ଯୋଗାଣ ବାଧିକ ହେବାର ଆଶଙ୍କା ଦୂର ହୋଇଛି।

ଇରାନ ଅଧିକାରୀମାନେ କହିଛନ୍ତି ଯେ ଅନ୍ତର୍ଜାତୀୟ ଆଇନ ଓ ସମ୍ପର୍କିତ ପ୍ରସ୍ତାବ ଅନୁସାରେ ଯୁଦ୍ଧ କାଳରେ ଇସ୍ଲାମିକ ଗଣ ରାଜ୍ୟ ଇରାନକୁ ହର୍ମୁଜରେ ଯାତାୟାତ ନିୟନ୍ତ୍ରଣର ପୁରା ଅଧିକାର ରହିଛି। ଆଇଆରଜିସି ଦୋହରାଇଛିଯେ ଆମେ ପୂର୍ବରୁ କହିଛୁ ଯେ ଯୁଦ୍ଧ କାଳରେ ଷ୍ଟ୍ରେଟ ଅଫ ହରମୁଜକୁ ନିୟନ୍ତ୍ରଣ କରିବାର ଅଧିକାର ଆମର ରହିଛି। ଇରାନର ଏହି ଘୋଷଣା ପରେ ଶନିବାର ଠାରୁ ହର୍ମୁଜ ଦେଇ ବ୍ୟବହାରିକ ରୂପେ ଜାହାଜ ଜାତାୟାତ ବନ୍ଦ ହୋଇଯାଇଛି। ଏଣୁ ବୈଶ୍ୱିକ ତୈଳ ମୂଲ୍ୟରେ ବୃଦ୍ଧି ହୋଇଛି ଓ ସାରା ବିଶ୍ୱର ଇନ୍ଧନ ଯୋଗାଣ ଉପରେ ଗଭୀର ସଂକଟ ସୃଷ୍ଟି ହୋଇଛି।