LIVE TV

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ

NEWS7
pak-minister-qureshi-said-war-is-not-an-option

ଭୁବନେଶ୍ବର ୧: ଭୁବନେଶ୍ବର ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତକୁ ଧରି କ୍ରାଇମ୍ ସିନ୍‌ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ । ମୃତକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦକା ଥାନା ପିତାଗାଡ଼ିଆ ଜଙ୍ଗଲରୁ ଶୁକ୍ରବାର ଠାବ ହୋଇଥିଲା ନର କଙ୍କାଳ । ସ୍ଥାନୀୟ ଲୋକ କହିଥିଲେ ଯେ, ନର କଙ୍କାଳ ସେହି ଗ୍ରାମର ବଳରାମ ଦେଓଗାମ୍‌ଙ୍କର । ଅନେକ ଦିନ ପୂର୍ବେ ବଳରାମ ଜଙ୍ଗଲକୁ କାମ କରିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଦୀର୍ଘଦିନ ହେବ ବଳରାମ ନିଖୋଜ ଥିଲେ ମଧ୍ୟ କେହି ଥାନାରେ ଅଭିଯୋଗ କରି ନଥିଲେ । ଶୁକ୍ରବାର କିଛି ଲୋକେ ଜଙ୍ଗଲ ଯାଇଥିବା ବେଳେ ମାଟିରୁ ମୁଣ୍ଡ ଆଉ କଙ୍କାଳ ଦେଖି ବନ ବିଭାଗକୁ ଜଣାଇଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଚନ୍ଦକା ପୋଲିସ ପହଞ୍ଚି ମାଟି ଖୋଳି କଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତକୁ ଧରିବାରେ ମଧ୍ୟ ସକ୍ଷମ ହୋଇଥିଲା ପୋଲିସ । ଶନିବାର ଅଭିଯୁକ୍ତକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ​​​​​​​