ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା, ଲଘୁ ଖଣିଜ ଉପରେ ବଢ଼ିଲା 'ଅତିରିକ୍ତ ଶୁଳ୍କ'

NEWS7
pak-minister-qureshi-said-war-is-not-an-option

ଭୁବନେଶ୍ଵର: ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା। ଲଘୁ ଖଣିଜ ଉପରେ ବଢ଼ିଲା 'ଅତିରିକ୍ତ ଶୁଳ୍କ। ରାଜ୍ୟରେ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବା ଏବଂ ରାଜସ୍ଵ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ, ରାଜ୍ୟ ସରକାର 'ଅତିରିକ୍ତ ଶୁଳ୍କ'କୁ ରୟାଲଟିର ଦୁଇ ଗୁଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେଆଇନ ଖଣି କାରବାର ଓ ତଥ୍ୟ ଲୁଚାଇବା: ବାଲି, ପଥର, ମୋରମ ଓ ଲାଟେରାଇଟ୍ ଭଳି ଲଘୁ ଖଣିଜ କ୍ଷେତ୍ରରେ ହେଉଥିବା ଚୋରା କାରବାର ଏବଂ ରୟାଲଟି ଫାଙ୍କିବା ପ୍ରଥାକୁ ରୋକିବା ପାଇଁ ଏହି କଠୋର ନିୟମ ଅଣାଯାଇଛି।

ପୂର୍ବରୁ କୌଣସି ଶକ୍ତ ଆର୍ଥିକ ଜରିମାନା ନଥିବାରୁ ଉଲ୍ଲଂଘନକାରୀମାନେ ବାରମ୍ବାର ନିୟମ ଭାଙ୍ଗୁଥିଲେ। ଲଘୁ ଖଣିଜ କ୍ଷେତ୍ରରୁ ହେଉଥିବା ରାଜସ୍ୱ କ୍ଷୟକୁ ରୋକିବା ପାଇଁ ସରକାର ଏହି ଟାର୍ଗେଟ୍ ରଖିଛନ୍ତି। ନୂଆ ଶୁଳ୍କ ଲାଗୁ ହେବା ପରେ ରାଜ୍ୟ କୋଷାଗାରକୁ ଅଧିକ ଅର୍ଥ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି