ଉଚ୍ଚଶିକ୍ଷା ପାଇଁ ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌, ବାର୍ଷିକ ୩୦ ହଜାର ଟଙ୍କା

NEWS7
pak-aviation-minister-said-1-in-3-pilots-in-pakistan-have-fake-licenses

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବର୍ଷ ମୋଟ ବଜେଟର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଥିବା ବେଳେଏହି ବଜେଟରେ ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା ପାଇଁ ଅନେକ ପ୍ରସ୍ତାବ ରଖିବା ସହ କିଛି ବଡ଼ ଘୋଷଣା ମଧ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ।

ସେହିଭଳି ଉଚ୍ଚଶିକ୍ଷା ପ୍ରାପ୍ତିରେ ସମାନ ସୁଯୋଗ ପାଇଁ "ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା"କୁ ଜାରି ରଖିବାକୁ ପ୍ରସ୍ତାବ ରଖିଛନ୍ତି। ଇ-ମେଧାବୃତ୍ତି ଜରିଆରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ୧୫ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି। ସେହିପରି ବ୍ୟାସକବୀ ଫକୀର ମୋହନ ଛାତ୍ରବୃ ବୃଦ୍ଧି ଯୋଜନାରେ +୩ ଓଡ଼ିଆ ସମ୍ମାନ ଓଡ଼ିଆ ପାଇଁ ଛାତ୍ର ପିଛା ୨୦ ହଜାର ଟଙ୍କା ବୃଦ୍ଧି ଏବଂ ସ୍ନାତକୋତ୍ତର ସ୍ତରରେ ୩୦ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି ।

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରାଲ ଅଧ୍ୟୟନ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ସହିତ ୫୦ ଜଣ ଅନୁସୂଚିତ ଜାତି/ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ପ୍ରଦାନ କରାଯିବ । ଏହା ବ୍ୟତୀତ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ +୨ ପାସ୍ କରିଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ କିଣିବା ପାଇଁ ବାର୍ଷିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

 ଶିକ୍ଷାର ପ୍ରବେଶରେ ଉନ୍ନତି ଆଣିବା ପାଇଁ ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅଧିକ ମହିଳା ନାମଲେଖା ଏବଂ ଶିକ୍ଷାରେ ବଜାୟ ରଖିବା ଲକ୍ଷ୍ୟରେ ଆବାସ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ, ୨୦୨୬-୨୭ କେନ୍ଦ୍ର ବଜେଟରେ ଭାରତର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ବାଳିକା (ମହିଳା) ହଷ୍ଟେଲ ପାଇଁ ଘୋଷଣା କରାଯାଇଛି। ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ପଦକ୍ଷେପର ପରିପୂରକ ଭାବେ, ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ୍‌ ନିର୍ମାଣ ପାଇଁ ଏକ ନୂତନ ଯୋଜନାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂତନ ଅନୁଷ୍ଠାନଗୁଡିକ ଏନଇପି – ୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ ।

ମହିଳା ଛାତ୍ରୀମାନଙ୍କର ସାମଗ୍ରିକ ସୁରକ୍ଷା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ୧୬ଟି ରାଜ୍ୟ ବିଶ୍ବବିଦ୍ୟାଳୟ ଏବଂ ୭ ଶବ୍ଦ ୪୧ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ସାମିଲ କରୁଥିବା ଶକ୍ତିଶ୍ରୀ ଯୋଜନାର ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନାରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ ପ୍ରତିଷ୍ଠା, ସାଥୀ, ସାଥୀ, ସଞ୍ଜୋଜିକା ଏବଂ ମହିଳା ଶ୍ରେଣୀ ପ୍ରତିନିଧ (ଏଫ୍‌ସିଆର) ନିୟୋଜନ, ଆତ୍ମରକ୍ଷା ପ୍ରଶ୍ନ ପ୍ରଶିକ୍ଷଣ ସେଫ୍ ଅଭିଯାନ, ଶକ୍ତି ଅପାଙ୍କ ସହ ପରାମର୍ଶ, ସିସିଟିଭି ସ୍ଥାପନ, ବାର୍ଷିକ କ୍ୟାମ୍ପସ୍ ସୁରକ୍ଷା ଅଡିଟ୍ ଏବଂ ଶକ୍ତି ସ୍ୱରୂପିଣୀ ବାର୍ଷିକ ଜର୍ମଶାଳା ଅନ୍ତର୍ଭୁକ୍ତ।