ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ

NEWS7
padma-shri-award-to-three-odia

କଟକ: ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ରବିବାର ସନ୍ଧ୍ୟାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । ଅଭିଜିତ୍ ମଜୁମଦାର ଓ ହ୍ୟୁମାନ ସାଗରଙ୍କ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଥାଉକି, ଓଡ଼ିଆ ଚଳଚ୍ଚିତ୍ର ସମେତ ଅନେକ ଆଧୁନିକ ଗାଇଛନ୍ତି ଗୀତା ପଟ୍ଟନାୟକ। ୧୯୭୦ ଦଶକରୁ ଗୀତା ପଟ୍ଟନାୟକ ଓଡ଼ିଆ ସଙ୍ଗୀତରେ ଏକ ପ୍ରମୁଖ ସ୍ୱର ହୋଇଆସିଛନ୍ତି, ବିଶେଷକରି ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଲୋକପ୍ରିୟ ଗୀତ ଭେଟିଦେଇଥିଲେ। ତାଙ୍କର କିଛି ଲୋକପ୍ରିୟ ଗୀତ ମଧ୍ୟରେ ରହିଛି "ଏମିତି ପୁଅକୁ ମୁଁ ବାହା ହୁଏନ୍ତି", "ବାହା ମୁଁ ହେବି", "ମୋ ଦେହରେ" ଏବଂ "ଏ ଦୁନିଆରେ କେହି ନା କେହି", "ଯୌତୁକ ନବ", "ନାଗରରେ ମୋର" ଏବଂ "ତୋ ବଇଂଶୀ" ଭଳି ଲୋକପ୍ରିୟ ଡୁଏଟ୍।

୧୯୫୪ ଡିସେମ୍ବର ୧୦ରେ ଜନ୍ମ ଗ୍ରହଣ କହିଥିଲେ ଗୀତା। ଲତା ମଙ୍ଗେସକରଙ୍କୁ ନିଜର ପ୍ରେରଣା ଭାବି ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୭୧ରେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ। କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ, ଗୁଜରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି ।

ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ହେମଲତା ପଟ୍ଟନାୟକଙ୍କ ଝିଅ ଥିଲେ ଗୀତା । ଗୀତାଙ୍କ ବାପା ସୁରେନ୍ଦ୍ର ଚନ୍ଦ୍ର ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ । ଓଡ଼ିଶାରେ ପ୍ରଥମେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ ଗୀତାଙ୍କ ଜେଜେ ବାପା । ଗୀତାଙ୍କ ମାଆ ଏବଂ ମାଉସୀ ତଥା ତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା। ତେଣୁ ଗୀତ ପ୍ରତି ଗୀତାଙ୍କର ଆଗ୍ରହ ପିଲାଟି ଦିନରୁ ହିଁ ରହିଥିଲା ।