ଅଗରକରଙ୍କୁ ୧୦ରୁ ୧୦ ଦେଲେ ହରଭଜନ, ହେଲେ କାହିଁକି ?

NEWS7
pada-yatra-chandahandi-to-nawarangpur-130-km

ନୂଆଦିଲ୍ଲୀ, ୦୬/୦୧ : ଟି୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ସରିଛି । ଦଳରେ ଅନେକ ପୁରୁଣା ଖେଳାଳି ସାମିଲ ହୋଇଛନ୍ତି । ଶୁଭମନ ଗିଲଙ୍କ ଭଳି ବ୍ୟାଟର ବିଦା ହୋଇଛନ୍ତି । ଏସବୁ ଅଦଳବଦଳ ପଛରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ହାତ ଥିବା କୁହାଯାଉଛି । ଅନେକ ଅଗରକରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ତେବେ ଭାରତୀୟ ଦଳ ଚୟନ ନେଇ ଚିଫ୍ ସିଲେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ବୋଲର ହରଭଜନ ସିଂ ।

ହରଭଜନ କହିଛନ୍ତି ଯେ, ଭଲ ଟିମ୍ ଘୋଷଣା କରାଯାଇଛି । ଏଥିପାଇଁ ଅଗରକରଙ୍କୁ ୧୦ରୁ ୧୦ ଦିଆଯିବା ଦରକାର । ଶୁଭମନ ଗିଲଙ୍କୁ ନେଇ ଅଳ୍ପ ଖରାପ ଲାଗୁଛି । କିନ୍ତୁ ସେ ବହୁତ ଶୀଘ୍ର ଅଧିକ ସୁଯୋଗ ପାଇବେ । ସବୁ ଖେଳାଳି ମ୍ୟାଚ୍ ଓ୍ୱିନର ଅଟନ୍ତି । ଭାରତ ପୁଣି ବିଶ୍ୱକପକୁ ଘରକୁ ଆଣିପାରିବ ।

ସେ ଆହୁରି କହିଛନ୍ତି ଯେ, ସୂର୍ଯ୍ୟ କୁମାର ଯାଦବ ଜଣେ ଷ୍ଟାର୍ ପ୍ଲେୟାର । ଏବେ ସେ ଫର୍ମରେ ନଥିଲେ ମଧ୍ୟ ଆଗକୁ ଭଲ ପ୍ରଦର୍ଶନ କରିବେ । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଷେକ ଶର୍ମା ଏବଂ ଜସପ୍ରିତ ବୁମରାଙ୍କ ଭଳି ଷ୍ଟାର୍ ପ୍ଲେୟାର ଅଛନ୍ତି ।

ଦଳରେ ଭିନ୍ନ ଫର୍ମାଟର ଭିନ୍ନ କୋଚଙ୍କୁ ନେଇ ସେ କହିଛନ୍ତି ଯେ, ଏହା ଠିକ୍ ନୁହେଁ । ଯେତେବେଳେ ଟିମ୍ ଇଣ୍ଡିଆ ଭଲ ଖେଳେ ସେତେବେଳେ ସମସ୍ତେ ଚୁପ୍ ରୁହନ୍ତି । ସବୁ ସମୟରେ କୋଚଙ୍କୁ ଦାୟୀ କରାଯିବା ଠିକ୍ ନୁହେଁ । କୋଚଙ୍କ ଅଧିକ ଦାୟିତ୍ୱ ରହିଛି । ସାଦାବେଳେ କୋଚଙ୍କୁ ଦୋଷ ଦେବା ଅନୁଚିତ ବୋଲି ହରଭଜନ କହିଛନ୍ତି ।