PUC କାର୍ଯ୍ୟକାରୀ କରିବାରେ BJP ସରକାର ବିଫଳ, ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ

NEWS7
pabna-court-of-bangladesh-convicts-the-attackers-of-pm-seikh-hasina

ଭୁବନେଶ୍ୱର ୦୯/୦୧: PUC କାର୍ଯ୍ୟକାରୀ କରିବାରେ BJP ସରକାରଙ୍କ ବିଫଳ । ଟୁଇଟ କରି ବିଜେପି ସରକାର ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭୟଙ୍କର ଅବ୍ୟବସ୍ଥା, ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏମିତି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି ‘PUC ନାହିଁ, ଇନ୍ଧନ ନାହିଁ’ ନୀତି ଘୋଷଣା ପରେ ସାଧାରଣ ଲୋକ ଲାଇନ୍ ଦେବା ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।

​​​​​​​

ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ନ କରି, ପୂର୍ବ ପରିକଳ୍ପନା ଓ ପ୍ରଚାର-ପ୍ରସାରର ନ କରି ଏଭଳି ନିୟମ ଲାଗୁ କରିବା ଅଯୌକ୍ତିକ । ଏହାସହ ପରିବହନ ବିଭଗର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ନବୀନ । ସେ କହିଛନ୍ତି ଜନ ଆକ୍ରୋଶ ପରେ ସରକାରଙ୍କ ‘U-ଟର୍ଣ୍ଣ ମାରିଛନ୍ତି । ସରକାର ପ୍ରଥମେ ଘୋଷଣା କଲେ ପରେ ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଜରିମାନା ନାହିଁ କହି ଟୋଲ୍‌ଗେଟ୍‌ରେ e-detection ବନ୍ଦ କଲେ । ଯାହା ପରିବହନ ବିଭାଗର ଦୁରଦୃଷ୍ଟି ଅଭାବ ଓ ଅକ୍ଷମତା ବୋଲି କଟୁ ସମାଲୋଚନା କଲେ ।

ନବୀନ କହିଛନ୍ତି ଯାନ ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ, କିନ୍ତୁ ଲୋକଙ୍କୁ ହାରାସ କରିକି ନୁହେଁ । BJD ଲୋକଙ୍କ ସହ ଦୃଢ଼ଭାବେ ଠିଆ ହୋଇଛି , ଅବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଛି । PUC ସୁବିଧା ବୃଦ୍ଧି, ପ୍ରକ୍ରିୟା ସରଳୀ କରଣ ଓ ଅନ୍ୟାୟ ଜରିମାନା ବନ୍ଦ ଦାବି କରିବା ସହ ଓଡ଼ିଶାବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଶୁଣାଇଛନ୍ତି ।