LIVE TV

୧୭ ଦିନ ପରେ ହରକି ପୌଡ଼ିକୁ ଫେରିଲେ ଗଙ୍ଗା, ଶ୍ରଦ୍ଧାଳୁ ପକାଇଲେ ଆସ୍ଥାର ବୁଡ଼

NEWS7
oxford-corona-virus-vaccine-trial-resumes-britain-gives-green-signal

ହରିଦ୍ୱାରା ୨୧।୧୦: ଗଙ୍ଗାଙ୍କ ପ୍ରତିକ୍ଷା ହରିଦ୍ୱାରରେ ଶେଷ ହୋଇଛି। ୧୭ ଦିନର ଅପେକ୍ଷା ପରେ ହର କି ପୌଡ଼ି ଦେଇ ପୁଣି ଗଙ୍ଗା ପ୍ରବାହ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳେ ଯେମିତି ଘାଟକୁ ଗଙ୍ଗା ପାଣି ଲାଗିଛି  ଅପେକ୍ଷାରେ ଥିବା ଭକ୍ତ ବୁଡ଼ ପକାଇଛନ୍ତି। ଘାଟକୁ ପାଣି ପହଞ୍ଚିଥିବା ପ୍ରଚାରିତ ହେବା ପରେ ଲୋକେ ସ୍ନାନ କରିବାକୁ ଭିଡ଼ ଜମାଇଥିଲେ। ଏହା ସହ ହରିଦ୍ୱାରର ପରିବେଶ ମଧ୍ୟ ଭକ୍ତିମୟ ହୋଇ ଉଠିଛି।

ଶ୍ରଦ୍ଧାଳୁଙ୍କ ଅନୁସାରେ ୧୭ ଦିନ ଧରି ଗଙ୍ଗା ଜଳକୁ ଅଟାଇ ଦିଆଯିବା ଯେମିତି ଭକ୍ତିରେ ବିରାମ ଲାଗି ଯାଇଥିଲା। ହେଲେ ଏବେ ପୁଣି ଗଙ୍ଗା ପ୍ରବାହୀତ ହେବା ଲୋକଙ୍କୁ ଆଶ୍ୱସ୍ଥ କରିଛି। ସବୁ ବର୍ଷ ଭଳି ଗଙ୍ଗା ନଦୀରୁ ପଙ୍କ ଉଦ୍ଧାର ଓ ଘାଟ ମରାମତି ପାଇଁ ଉତ୍ତରପ୍ରଦେଶ ଜଳ ସେଚନ ବିଭାଗ ଉପର ଗଙ୍ଗନହରରେ ଅକ୍ଟୋବର ୨ ତାରିଖ ଦିନ ବାର୍ଷିକ ଜଳବନ୍ଦୀ ଆରମ୍ଭ କରିଥିଲେ। ଏହି ଜଳ ବନ୍ଦ ଦଶହରା ପରଦିନ କରାଯାଇଥିଲା। ଯାହା ଦ୍ୱାରା ଗଙ୍ଗାର ଗତିପଥ ସଫାସୁତୁରା କରିବା ସହ ମରାମତି ମଧ୍ୟ କରାଯାଇଛି।

ଗଙ୍ଗନହର ବନ୍ଦ ହେବା ଯୋଗୁ ହରକି ପୌଡୀକୁ ପାଣି ଆସିବା ବନ୍ଦ ହୋଇଯାଇଥିଲା। ଏଥି ପାଇଁ ଗଙ୍ଗା ସ୍ନାନକୁ ଆସୁଥିବା ଭକ୍ତଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଲୋକେ ଦୂରଦୂରାନ୍ତରୁ ଆସି ଗଙ୍ଗାରେ ଗାଧେଇବା ପାଇଁ ବଡ଼ ହଇରାଣ ହେଉଥିଲେ। ଏଣୁ ଗଙ୍ଗା ଘାଟରେ ନିରାଶା ଛାଇ ଯାଇଥିଲା। ଏଥି ମଧ୍ୟରେ ଉତ୍ତରପ୍ରଦେଶ ଜଳ ସେଚନ ବିଭାଗ ଗଙ୍ଗା ଆରତୀ ପାଇଁ ସୀମିତ ମାତ୍ରାରେ ପାଣି ଛାଡିଥିଲେ। ଏଥିରେ ସ୍ନାନ କରି ନ ହେଉଥିଲେ ମଧ୍ୟ ଗଙ୍ଗା ଆରତୀ ପାଇଁ ନଦୀରେ ସାମାନ୍ୟ ଜଳ ପ୍ରବାହୀତ ହେଉଥିଲା।

ହେଲେ ଦୀପାବଳିରେ ଶୁଭ ଖବର ମିଳିଯାଇଛି। ଅର୍ଥାତ ୧୯ ଓ ୨୦ ଅକ୍ଟୋବର ରାତିରେ ଗଙ୍ଗନହରକୁ ପୁଣି ଥରେ ଖୋଲି ଦେଇଛନ୍ତି। ପାଣି ପ୍ରବାହ ଆରମ୍ଭ ହେବାମାତ୍ରେ ହରକି ପୌଡିରେ ଗଙ୍ଗାର ଧାର ପୁଣି ଜୀବନ ସଞ୍ଚାର କରିଛି। ଏବେ ଘାଟରେ ପୁଣି ଗଙ୍ଗା ଆରତୀ ସ୍ୱଭାବିକ ହୋଇଥିବା ବେଳେ ଏଥିରେ ପୂର୍ବ ଭଳି ହଜାର ହଜାର ଲୋକେ ସାମିଲ ହେଉଛନ୍ତି। ଅନ୍ୟପଟେ ମରାମତି ପରେ ଗଙ୍ଗନହରରୁ ଅଧିକ ସ୍ୱଚ୍ଛ ପାଣି ଆସୁଛି। ଏଣୁ ହରିଦ୍ୱାରର ପୂଜାରୀ ଓ ସ୍ଥାନୀୟ ଲୋକେ ଗଙ୍ଗା ପୁଣି ପ୍ରବାହିତ ହେବା ଦୀପାବଳିର ଉପହାର ବୋଲି କହିଛନ୍ତି।