LIVE TV

ପରଲୋକରେ ପଙ୍କଜ ତ୍ରିପାଠୀଙ୍କ ମାଆ, ଦୁଃଖରେ ଭାଙ୍ଗି ପଡିଲେ ଅଭିନେତା

NEWS7
ouat-vc-surendranath-pasupalaka-resigned

ମୁମ୍ଵାଇ ୦୩।୧୧; ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମା’ ହେମୱନ୍ତି ଦେବୀଙ୍କ ଦେହାନ୍ତ ହୋଇଯାଇଛି। ସେ ବିହାରର ଗୋପାଳଗଞ୍ଜର ବେଲସଣ୍ଡରେ ଥିବା ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ଏବଂ ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ପଙ୍କଜ ତ୍ରିପାଠୀ ତାଙ୍କ ମା’ଙ୍କ ଶେଷ ମୁହୂର୍ତ୍ତରେ ତାଙ୍କ ପାଖରେ ଥିଲେ। ତ୍ରିପାଠୀ ପରିବାର ଏକ ବିବୃତ୍ତିରେ କହିଛି, ‘ଆମେ ଅତ୍ୟନ୍ତ ଦୁଃଖର ସହିତ ଶ୍ରୀମତୀ ହେମୱନ୍ତି ଦେବୀଙ୍କ ପରଲୋକ ନେଇ ଘୋଷଣା କରୁଛୁ। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ବେଳକୁ ପରିବାର ପାଖରେ ଥିଲା । ପଙ୍କଜ ତ୍ରିପାଠୀ ତାଙ୍କ ପାଖରେ ଥିଲେ।’

ଦୁଃଖର ସମୟରେ ପରିବାରକୁ ହଇରାଣ ନକରିବାକୁ ପଙ୍କଜ ତ୍ରୀପାଠୀଙ୍କ ପକ୍ଷରୁ ଅପିଲ କରାଯାଇଛି । ହେମଓ୍ବନ୍ତି ଦେବୀଙ୍କ ଅମର ଆତ୍ମାର ସଦଗତି କମନା ଲାଗି ତାଙ୍କ ପରିବାର ନିବେଦନ କରିଛି । ପଙ୍କଜ ତ୍ରିପାଠୀ ତାଙ୍କ ମା’ଙ୍କ ସହିତ ବହୁତ ନିକଟତର ଥିଲେ। ସେ ପ୍ରାୟତଃ କହୁଥିଲେ ଯେ, ତାଙ୍କ ମା ତାଙ୍କୁ ଶୃଙ୍ଖଳା, ନମ୍ରତା ଏବଂ ଦୟା ଶିଖାଇଥିଲେ। ଗୋପାଳଗଞ୍ଜର ଏକ ଚାଷୀ ପରିବାରରୁ ଆସିଥିବା ପଙ୍କଜ ସର୍ବଦା ତାଙ୍କର ସରଳତା ଏବଂ ମୂଳକୁ ମୂଲ୍ୟ ଦେଇଥିଲେ। ବଲିଉଡରେ ସଫଳତା ସତ୍ତ୍ୱେ, ସେ ତାଙ୍କ ଗାଁ ଏବଂ ପିତାମାତାଙ୍କ ସହିତ ଗଭୀର ଭାବରେ ଜଡିତ ଥିଲେ । ପ୍ରଶଂସକ ଏବଂ କଳାକାର ଜଗତ ସୋସିଆଲ ମିଡିଆରେ ପଙ୍କଜ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ମାଆଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।

ପଙ୍କଜ ତ୍ରିପାଠୀଙ୍କ କଥା କହିବାକୁ ଗଲେ, ତାଙ୍କୁ ଜୁଲାଇ ମାସରେ ଫିଲ୍ମ "ମେଟ୍ରୋ"ରେ ଦେଖିବାକୁ ମିଳିଥିଲା। ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ରାୟ କପୁର, ସାରା ଅଲି ଖାନ ଏବଂ ଅନୁପମ ଖେର ମଧ୍ୟ ଅଭିନୟ କରିଥିଲେ । ପଙ୍କଜ ତ୍ରିପାଠୀ ଖୁବ୍ ଶୀଘ୍ର "ମିର୍ଜାପୁର: ଦି ମୁଭି"ରେ ନଜର ଆସିବେ। ବାରାଣାସୀରେ ଏହାର ସୁଟିଂ ଦୁଇ ସପ୍ତାହ ଧରି ଚାଲିଥିଲା। ଏହା ଉଲ୍ଲେଖନୀୟ ଯେ, ସେ ୱେବ୍ ସିରିଜ୍ ମିର୍ଜାପୁର ମାଧ୍ୟମରେ ପ୍ରତ୍ୟେକ ଘରେ ପରିଚିତି କରିଥିଲେ। ସେ ସ୍ତ୍ରୀ, ଲୁକା ଚୁପି, ମିମି, ମସାନ, ନ୍ୟୁଟନ୍, ଗୁଞ୍ଜନ ସକ୍ସେନା ଏବଂ OMG 2 ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି।