ଅଗଷ୍ଟରେ ସରିଯିବ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି, ମରିବେ ୬ କୋଟି ଲୋକ ! ଏହି ତାରିଖ ପାଇଁ ଚିନ୍ତାରେ ବୈଜ୍ଞାନିକ

NEWS7
ouat-vc-press-meet-on-direction-to-go-on-leave

ମୁମ୍ବାଇ,୬|୦୧: ଫେଲ୍ ହୋଇଯିବ ନିଉଟନଙ୍କ ଆବିଷ୍କାର । ଉପରକୁ କିଛି ଫିଙ୍ଗିଲେ ସେ ଆଉ ତଳକୁ ଆସିବନି । କାରଣ ସରିଯିବ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ଏମିତି କିଛି ଖବରକୁ ନେଇ ବୈଜ୍ଞାନିକ ଚିନ୍ତାରେ । ଅଗଷ୍ଟ୧୨ତାରିଖରେ କିଛି ସେକେଣ୍ଡ ପାଇଁ ପୃଥିବୀ ନିଜ ମାଧ୍ୟାକର୍ଷଣ ଶକ୍ତି ହରାଇବ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଉପରେ ନାସା ଫୋକସ ରଖିଥିବା କୁହାଯାଉଛି ।

ଭାଇରାଲ ହେଉଥିବା ଅନେକ ଭିଡିଓ ଅନୁସାରେ, ଅଗଷ୍ଟ୧୨ତାରିଖରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାମ କରିବନି ।ସେକେଣ୍ଡ ପାଇଁ ଏହି ଶକ୍ତି ଅକାମୀ ହୋଇଯିବ । ଏହି ସମୟ ମଧ୍ୟରେ ଯାହା ଆମେ ଉପରକୁ ଫିଙ୍ଗିବା ତାହା ଉପରେ ହିଁ ରହିଯିବ । ତଳକୁ ଖସିବନି । କିନ୍ତୁ କିଛି ସମୟ ପରେ ଅଧିକ ବେଗରେ ତଳେ ପିଟି ହୋଇଯିବ । ଏଥିପାଇଁରୁକୋଟି ଲୋକ ପ୍ରାଣ ହରାଇବେ ।

ଭିଡିଓରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଆମେରିକାନ୍ ସ୍ପେସ୍ ଏଜେନ୍ସି ନାସାଏନେଇ ବହୁ ଆଗରୁ ଜାଣିଥିଲା । ଅଗଷ୍ଟ୧୨ତାରିଖକୁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଆପେକ୍ଷା କରି ରହିଛନ୍ତି । ଏହାସହ ବିଶ୍ୱର ବଡ ବଡ ନେତାଙ୍କୁ ରକ୍ଷା କରିବା ପାଇଁ ମାଟି ତଳେ ବଙ୍କର ତିଆରି ହୋଇଛି ।

ପ୍ରୋଜେକ୍ଟ୍ ଆଙ୍କରରେ ଅକାମୀ ହେବ ମାଧ୍ୟାକର୍ଷଣ ଶକ୍ତି

ଭାଇରାଲ ଖବରରେ କୁହାଯାଉଛି ଯେ, ନାସାର ଏକ ଡକ୍ୟୁମେଣ୍ଟ ସାମ୍ନାକୁ ଆସିଛି । ଯାହାର ନାଁ ପ୍ରୋଜେକ୍ଟ ଆଙ୍କର ।୨୦୨୪ନଭେମ୍ବରରେ ଏହା ଲିକ୍ ହୋଇଯାଇଥିଲା । ଏଥିରେସେକେଣ୍ଡ ପାଇଁ ବିପଦରୁ ରକ୍ଷା ପାଇବା ବାବଦରେ ଉଲ୍ଲେଖ ରହିଛି । ଯେଉଁଥିପାଇଁ୮୯ବିଲିୟନ ଡଲାର ଆମେରିକା ଖର୍ଚ୍ଚ କରିଛି । ଅଗଷ୍ଟ୧୨ତାରିଖରେସେକେଣ୍ଡ ପାଇଁ ବିଶ୍ୱର ନେତାଙ୍କୁ ରକ୍ଷା କରିବାକୁ ନାସା ଜୋରଦାର ଉଦ୍ୟମ କରୁଛି । ଭାରତୀୟ ସମୟ ରାତିଟାରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାମ ଦେବନି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ । ଆକାଶରେ ଉଡୁଥିବା ସବୁ କିଛି ହଠାତତଳକୁ ଖସି ଆସିବ । ଫଳରେ ବିମାନ ଦୁର୍ଘଟଣା ହୋଇପାରେ । କୋଟି କୋଟି ଲକ୍ଷ ପ୍ରାଣ ହରାଇପାରନ୍ତି ।

କାହିଁକି ଆକାମୀ ହେବ କି ମାଧ୍ୟାକର୍ଷଣ ଶକ୍ତି ?

ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ, ମାଧ୍ୟକର୍ଷଣ ଶକ୍ତି ହ୍ରାସ ପାଇଁ ଦୁଇଟି ବ୍ଲାକ୍ ହୋଲ୍ ଦାୟୀ । ଉଭୟ ବ୍ଲାକ ହୋଲରୁ ନିର୍ଗତ ହୋଇଥିବା ମାଧ୍ୟାକର୍ଷଣ ଓ୍ୱେଭ୍ ପୃଥିବୀରେ ପ୍ରଭାବ ପକାଇବ । ଫଳରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ହ୍ରାସ ପାଇଯିବ । ଏଥିରୁ ବର୍ତ୍ତିବା ପାଇଁ ବଙ୍କର ତିଆରି କରାଯାଇଛି । ତେବେ ସାଧାରଣ ଲୋକଙ୍କୁ ଏନେଇ ଅବଗତ କରାଯାଇନାହିଁ ।

ଭାଇରାଲ ପୋଷ୍ଟକୁ ନେଇ ନେଟିଜେନ୍ସ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କେହି କେହି ଏହାକୁ ବିଶ୍ୱାସ କରୁଛନ୍ତି । ଆଉ କେହି ମିଛ ବୋଲି କହୁଛନ୍ତି । ଆଉ କେହି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କିପରି ଅନ୍ୟ କାହାଦ୍ୱାରା ପ୍ରଭାବିତ ହୁଏନାହିଁ ତାହା ପ୍ରକାଶ କରିଛନ୍ତି । ସେପଟେ ଭାଇରାଲ ପୋଷ୍ଟ ଏବଂ ଭିଡିଓକୁ ନେଇ କୌଣସି ମହାକାଶ ଗବେଷଣା ସଂସ୍ଥା ସ୍ପଷ୍ଟୀକରଣ ଦେଇନାହାଁନ୍ତି ।