ବାଲିଯାତ୍ରା ୨୦୨୫
LIVE TV

ମଙ୍ଗରାପାଲିରେ ମତ ସାବ୍ୟସ୍ତ କଲେ ଢ଼ୋଲକିଆ ପରିବାର, ଜୟଙ୍କ ଅପିଲ୍- ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦିଅନ୍ତୁ

NEWS7
otv-md-jagi-mangat-panda-appear-before-commission-for-protection-of-child-rights

ଭୁବନେଶ୍ବର ୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ନୂଆପଡ଼ା ଉପନିର୍ବାଚନରେ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଧାଡ଼ିରେ ଆସି ମତଦାନ କରୁଥିବା ଦେଖିବାକୁ ମିଳିଛି ।

ନୂଆପଡ଼ା ଖରିର୍ ରୋଡ୍ NAC ମଙ୍ଗରାପାଲି ବୁଥ୍ ନମ୍ବର ୬୬ରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ନିଜର ମତଦାନ କରିନ୍ତି । ନିଜେ ଗାଡ଼ି ଚଳାଇ ଜୟ ତାଙ୍କ ମା କଳ୍ପନା ଢ଼ୋଲକିଆ ଏବଂ ଧର୍ମପତ୍ନୀଙ୍କ ସହିତ ବୁଥ୍‌ରେ ପହଞ୍ଚିଥିଲେ । ଭୋଟ୍ ଦେବା ପାଇଁ ଧାଡ଼ିରେ ଛିଡା ହୋଇଥିଲେ ଜୟ ଏବଂ ତାଙ୍କ ପୂରା ପରିବାର । ପରେ ଭୋଟ୍ ଦେଇଥିଲେ ପୁରା ପରିବାର ।

ମତଦାନ କରିବା ପରେ ଜୟ କହିଥିଲେ, ଭୋଟ୍ ଦେଇ ବହୁତ ଖୁସି ଲାଗୁଛି । ନୂଆପଡ଼ାବାସୀଙ୍କୁ ନିବେଦନ କରି ଜୟ କହିଥିଲେ, ସମସ୍ତେ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦିଅନ୍ତୁ । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛନ୍ତୁ ।

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ଭରସା କରିଛି