ବର୍ଷର ଶେଷ ଦିନରେ ୧୫ ହଜାର କମିଲା, ଜାଣନ୍ତୁ କେତେ ହେଲା ସୁନା-ରୁପାର ଦାମ୍ ?

NEWS7
oscars-2021-academy-awards-priyanka-chopra-film-the-white-tiger-did-not-get-the-award-here-is-complete-winner-list

ନୂଆଦିଲ୍ଲୀ, ୩୧/୧୨ : କମିଲା ସୁନା ଦର । ରୁପା ବି ହେଲା ଶସ୍ତା । ବର୍ଷର ଶେଷ ଦିନରେ କମିଛି ସୁନା ରୁପା ରେଟ୍ । ଡିସେମ୍ବର ୩୧ ତାରିଖରେ ୨୪ କ୍ୟାରେଟ୍ ସୁନା ହ୍ରାସ ପାଇ ୧ ଲକ୍ଷ ୩୫ ହଜାର ୮୮୦ ଟଙ୍କାରେ ପହଁଚିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ହଳଦିଆ ଧାତୁର ଦାମ୍ ଆଉନ୍ସ ପ୍ରତି ୪୪୦୧.୫୯ ଡଲାର ରହିଛି । ଭାରତୀୟ ବଜାରରେ ମଙ୍ଗଳବାର ଅପେକ୍ଷା ସୁନା ଗ୍ରାମ୍ ପିଛା ୩୨ ଟଙ୍କା ହ୍ରାସ ପାଇଛି ।

ଗତ କିଛି ଦିନ ଧରି ସୁନା ଏବଂ ରୁପାର ଦାମରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ଉଭୟ ଦାମୀ ଧାତୁ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା କରୁଥିଲେ । ଏବେ କିନ୍ତୁ ବର୍ଷ ଶେଷ ବେଳକୁ ଦାମ୍ ବୃଦ୍ଧିରେ ଲଗାମ୍ ଲାଗିଛି ।

ଭାରତରେ ସୁନାର ଦାମ୍

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍ ଏକ ଲକ୍ଷ ୩୫ ହଜାର ୮୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ଦର ଲକ୍ଷେ ୨୪ ହଜାର ୯୯୦ ଟଙ୍କା ରହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୪ ହଜାର ୮୪୦ ଟଙ୍କା ରହିଛି ।

ରୁପା ବି ଶସ୍ତା

ବର୍ଷର ଶେଷ ଦିନରେ ରୁପାର ଭବିଷ୍ୟତ ଦର ପ୍ରାୟ ୬ ପ୍ରତିଶତ କମିଛି । ଅର୍ଥାତ ୧୫ ହଜାର ଟଙ୍କା ଶସ୍ତା ହୋଇଛି । ଏବେ କେଜି ପିଛା ରୁପା ୨ଲକ୍ଷ ୩୨ ହଜାର ୬୬୩ ଟଙ୍କାରେ ପହଁଚିଛି । ମଙ୍ଗଳବାର ଦାମ୍ ୨୧ ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ବୁଧବାର ଏହାର ମେ ମାସ ପାଇଁ ଭବିଷ୍ୟତ ମୂଲ୍ୟ ୧୫ ହଜାର ଟଙ୍କା କମିଛି । ବିଦେଶୀ ବଜାରରେ ଦର ଆଉନ୍ସ ପିଛା ୭୫.୮୫ ଡଲାର ରହିଛି । ବର୍ତ୍ତମାନର ଚାହିଦା, ସୁରକ୍ଷିତ ନିବେଶ ପାଇଁ କ୍ରୟ ପାଇଁ ଦାମ୍ ବଢିଥିଲା ।