SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ୧୦ରୁ ଅଧିକ ମୃତ, ଅନେକ ଗୁରୁତର

NEWS7
opposition-party-criticized-governers-speech-on-assembly

କଟକ ୧୬।୦୩ : ଅଶୁଭ ସୋମବାର । ରାଜ୍ୟର ସବୁଠୁ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଯେଉଁଠି ନିଆଁ ପୋଡ଼ି ଯାଇ ଚାଲିଯାଇଛି ୧୦ ନହ ଜୀବନ । ଏହାସହିତ ଅନେକ ନିଆଁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ନିକଟରେ ଥିବା ବିଭିନ୍ନ ମେଡିକାଲକୁ ପଠାଯାଇଛି ।  

ରବିବାର ବିଳମ୍ବିତ ରାତିରେ ରାଜ୍ୟର ସବୁଠୁ ବଡ଼ ମେଡିକାଲ ଏସସିବିରେ ଲାଗିଥିଲା ନିଆଁ । ଏସ୍‌ସିବିର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍‌ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ଭୟାବହ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଯାଇଛି । ଯେପରି କ୍ୟାପିଟାଲ ହସ୍ପିଟାଲ ଆଦି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟ ସର୍ଟିକରୁ ନିଆଁ ଲାଗିଥିବା ସୂଚନା ମିଳିଛି । 

ସେହିପରି