LIVE TV

ବୀରମହାରାଜପୁରରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ମରଶରୀର, ଶେଷ ଦର୍ଶମ ପାଇଁ ସଙ୍ଗୀତପ୍ରେମୀଙ୍କ ଭିଡ଼

NEWS7
ophwc-deputy-manager-invest-in-share-market

ସୁବର୍ଣ୍ଣପୁର ୧୮୧୧:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପହଞ୍ଚିଲା ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମରଶରୀର । ନିଜ ପୈତୃକ ଘର ଟିଟିଲାଗଡକୁ ଯିବାବେଳେ ବୀରମହାରାଜପୁରରେ ଶେଷ ଦର୍ଶନ କରୁଛନ୍ତି ସଙ୍ଗୀତପ୍ରେମୀ ।

ସୋମବାର ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ନିଜ ପୈତୃକଗାଁରେ ହ୍ୟୁମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିପାଇଁ ମରଶରୀର ନିଜ ପୈତୃକ ଗାଁକୁ ଯିବା ସମୟରେ ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କିଛି ସମୟ ପାଇଁ ଅଟକିଥିଲା । ଫଳରେ ହ୍ୟୁମାନଙ୍କ ଶେଷ ଦର୍ଶନ କରିବାକୁ ସଙ୍ଗୀତପ୍ରେମୀ ଓ ବୁଦ୍ଧିଜୀବୀଙ୍କ ଭିଡ଼ ଲାଗିଥିଲା । ସେ ଜଣେ ଏମିତି ବ୍ୟକ୍ତିତ୍ଵ ତାଙ୍କ ଶେଷ ଦର୍ଶନ କରି କଳାପ୍ରେମୀମାନେ ନିଜକୁ ଧନ୍ୟ ମଣିଛନ୍ତି ।