ଜଟିଳ ହେବାରେ ଲାଗିଛି ପୀତବାସ ପଣ୍ଡା ହତ୍ୟା ମାମଲା : ୧୭ ଦିନ ଧରି ସିକ୍ରେଟ୍ ଚାମ୍ବରର ଚାବି କାହା ପାଖରେ ଥିଲା ?

NEWS7
operation-started-trap-to-tigress-sundari-in-angul

ବ୍ରହ୍ମପୁର ୧୪।୨: ଧିରେ ଧିରେ ଅଧିକ ଜଟିଳ ହେବାରେ ଲାଗିଛି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୀତବାସଙ୍କ ହତ୍ୟା ମାମଲାକୁ ନେଇ ଏବେ ଅନେକ ଦିଗ ଉନ୍ମୋଚନ ହେବାରେ ଲାଗିଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କହିଲା କାହାଣୀ । ଜଣେ ନେତ୍ରୀଙ୍କ ସହ ନିଜ ବାସଭବନ ପ୍ରକୋଷ୍ଠରେ ଅସଂଯତ ଅବସ୍ଥାରେ ଥିଲେ ବିକ୍ରମ ପଣ୍ଡା । ଏହି ସମୟରେ ଅଚାନକ ପ୍ରକୋଷ୍ଠରେ ପଶିଯାଇଥିଲେ ତାଙ୍କ ଦଳର ଆଉ ଜଣେ ନେତ୍ରୀ । ପୋଲିସକୁ ପ୍ରତ୍ୟକ୍ଷଦର୍ଶୀ ନେତ୍ରୀ ଜଣକ ଦେଇଛନ୍ତି ଏଭଳି କିଛି ବୟାନ । ଯାହାକୁ ପୋଲିସ କୋର୍ଟରେ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ।

ଏ ଖବର ବି ପଢ଼ନ୍ତୁ:- ଟଙ୍କା ପାଇଁ ୧୫ ବର୍ଷର ସମ୍ପର୍କ ତୁଚ୍ଛ, ସ୍ତ୍ରୀକୁ ମାରି ପୋଡ଼ିଦେଲେ ! ସ୍ବାମୀ ସମେତ ୫ ଗିରଫ

ସେପଟେ ବିକ୍ରମ ପଣ୍ଡାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ମହିଳାଙ୍କୁ ପୋଲିସ ଚିହ୍ନଟ କରିସାରିଛି । ପୋଲିସ ତାଙ୍କୁ ପଚରାଉଚରା ବେଳେ ଫଟୋରେ ଥିବା ମହିଳା ସେ ନିଜେ ବୋଲି ସ୍ବୀକାର କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ସେହି ତୃତୀୟ ବ୍ୟକ୍ତି ଜଣଙ୍କ କିଏ ? ଯିଏ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲା ? ଏବଂ ତାହା କିପରି ପୀତବାସ ପଣ୍ଡାଙ୍କ ପାଖକୁ ଗଲା ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି । ଫଟୋରେ ଥିବା ନେତ୍ରୀ ଓ ଅଚାନକ ପ୍ରକୋଷ୍ଠରେ ପଶିଯାଇଥିବା ଅନ୍ୟତମ ନେତ୍ରୀଙ୍କ ଛଡ଼ା ପ୍ରକୋଷ୍ଠରେ ଆଉ କିଏ ଥିଲା, ତାହା ଏବେ ରହସ୍ୟରେ ।

ଏ ଖବର ବି ପଢ଼ନ୍ତୁ:-ଚାକିରି ନାଁରେ ଠକିଥିଲା ୨୨ଲକ୍ଷ, କେନ୍ଦୁଝରର ମହିଳାକୁ ଗିରଫ କଲା ଖଣ୍ଡଗିରି ପୋଲିସ

ଏସବୁ ପରେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ୧୭ ଦିନ ହେବ କାହା ପାଖରେ ଥିଲା ପୀତବାସ ପଣ୍ଡାଙ୍କ ଲକର୍ ଚାବି ? ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ହତ୍ୟାକାଣ୍ଡ ଘଟିଲା । ୭ ତାରିଖ ଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା । ସେ ସମୟରେ ବି ପୋଲିସ ପୀତବାସଙ୍କ ଘରକୁ ଯାଇଥିଲା । ହେଲେ ତଦନ୍ତକାରୀ ପୋଲିସ ପୀତବାସଙ୍କ ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ପଇତାରେ ଗଣ୍ଠି ପକା ଚାବି ଜବତ ବିଷୟରେ ୧୭ ଦିନ ପରେ ଅବଗତ କରିବା ଓ ପଚରାଉଚରା କରିବା ପୂରା ଘଟଣାକୁ ଜଟିଳ କରିଦେଇଛି ।ତେବେ ୭ ତାରିଖରେ ଚାବି ଜବତ କରିଥିଲେ ବି ୨୫ ତାରିଖ ଯାଏଁପୋଲିସ ଉକ୍ତ ଚାବି ବିଷୟରେ କାହିଁକି ଛାନଭିନ କରୁନଥିଲା ? ୭ ତାରିଖରୁ ୨୫ ଯାଏଁ ୧୭ ଦିନ ଧରି ସେ ଚାବିକାଠି କାହା ପାଖରେ ଥିଲା ?