ଇଂଲିଶ ଟିମର ପାଓ୍ୱାର ଷ୍ଟାର: ଭାରତୀୟ ଫ୍ୟାନ୍ସଙ୍କ ନିଶ୍ୱାସ ବନ୍ଦ କରିଦେଇଥିଲେ ଏହି ୨୨ ବର୍ଷିୟ ଖେଳାଳି

NEWS7
operation-in-amit-saha-neck

ନୂଆଦିଲ୍ଲୀ: ମୁମ୍ବାଇରେ ଭାଙ୍ଗିଲା ରେକର୍ଡ। ପ୍ରତିଷ୍ଠା ହେଲା ନୂଆ ମାଇଲଷ୍ଟୋନ୍। ଭାରତ-ଇଂଲଣ୍ଡ ମୁକାବିଲା ରଚିଲା ଇତିହାସ। ରୋମାଞ୍ଚକର ମୁକାବିଲା । ଶେଷରେ ଜିତିଛି ସୂର୍ଯ୍ୟ ସେନା । ସେମି ଫାଇନାଲରେ ୭ ରନରେ ପରାସ୍ତ କରିଛି ଭାରତ । ଏହାସହ ଟି୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ହେଲେ ଭାରତ ସିନା ଜିତିଲା, ନିଶ୍ୱାସ ବନ୍ଦ କରିଦେଇଥିଲା ଇଂଲଣ୍ଡ। ଭାରତ ବିଶାଳ ସ୍କୋର ଛିଡା କରିଥିଲେବି ଶେଷ ଓଭର ଯାଏଁ ସ୍ପଷ୍ଟ ହେଉନଥିଲା କିଏ ମାରିବ ବାଜି। କାହିଁକିନା କ୍ରିଜରେ ଥିଲେ ଇଂଲିଶ ଟିମର ପାଓ୍ୱାର ଷ୍ଟାର ଜାକବ୍ ବେଥେଲ୍। ବୟସ ମାତ୍ର ୨୨। ସର୍ବକନିଷ୍ଠ ବିସ୍ଫୋରକ ବ୍ୟାଟର। ଟେଷ୍ଟ ଏବଂ ଦିନିକିଆ ପରେ ଅନ୍ତର୍ଜାତୀୟ T20 କ୍ରିକେଟରେ ପ୍ରଥମ ଶତକ। ସେମିଫାଇନାଲରେ, ପୁଣି ଶକ୍ତିଶାଳୀ ଭାରତ ବିରୁଦ୍ଧରେ।

ଟି୨୦ ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ୍। ଭାରତ ବନାମ ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସମ୍ମୁଖରେ ୨୫୪ ରନର ଟାର୍ଗେଟ୍ ରଖିଥିଲା ସୂର୍ଯ୍ୟସେନା। ଆରମ୍ଭରୁ ଇଂଲଣ୍ଡ ସାମ୍ନା କଲା ବିପର୍ଯ୍ୟୟ। ଚତୁର୍ଥ ନମ୍ବରରେ ଆସିଥିଲେ ୨୨ ବର୍ଷୀୟ ଖେଳାଳି ଜାକବ୍ ବେଥେଲ। ଆସୁ ଆସୁ ବିସ୍ଫୋରକ ସଟ୍। ଭାରତୀୟ ବୋଲରଙ୍କୁ ପ୍ରଚଣ୍ଡ ହମଲା। ସବୁଠୁ ଘାତକ ସାବ୍ୟସ୍ତ ହେଲେ ବରୁଣ। ବୁବମରାହଙ୍କୁ ଛାଡି ସବୁ ବୋଲରଙ୍କୁ ଚକ୍ରବ୍ୟୁହରେ ଫସାଇଦେଲେ। ଖେଳ ଯେତେ ଆଗକୁ ଗଡୁଥିଲା। ନିରବି ଯାଉଥିଲା ଓ୍ୱାଙ୍ଖଡେ ଷ୍ଟାଡିୟମ। ଛକା ଚଉକା ବର୍ଷା କରୁଥିଲେ ଇଂଲିଶ ଟିମର ଏହି ଲିଟିଲ ଷ୍ଟାର। ଶେଷ ପର୍ଯ୍ୟନ୍ତ ଭାରତୀୟ ଫ୍ୟାନ୍ସଙ୍କ ପ୍ରାର୍ଥନା। ଦରକାର ବେଥେଲଙ୍କ ଓ୍ୱିକେଟ୍। ୧୯ ଓଭର ଯାଏଁ ଫ୍ୟାନ୍ସଙ୍କ ଛାତି ଧଡଧଡ଼।

ଶେଷ ଓଭରରେ ଦରକାର ୩୦ ରନ୍। ଅନଷ୍ଟ୍ରାଇକରେ ଥିଲେ ବେଥେଲ୍। କିଛି ବି ଅସମ୍ଭବ ନୁହେଁ। ହେଲେ ଶେଷ ଓଭରର ଦ୍ୱିତୀୟ ବଲ୍ ଭାରତ ପାଇଁ ହେଲା ଟର୍ଣ୍ଣିଂ ପଏଣ୍ଟ। ବେଥେଲ ରନଆଉଟ୍। ଓଃ ଫ୍ୟାନ୍ସ ମନ ଖୁସି। ଗର୍ଜନରେ ଥରି ଉଠିଲା ଓ୍ୱାଙ୍ଖଡେ। ନିଶ୍ୱାସ ମାରିଲେ ସୂର୍ଯ୍ୟସେନା। ମାତ୍ର ୪୮ ବଲରେ ଜବରଦସ୍ତ ଶତକୀୟ ପାଳି ଖେଳିଥିଲେ ବେଥେଲ୍ । ୮ ଚୌକା ଏବଂ ୭ ଛକା। ଇଂଲଣ୍ଡ ବିଶାଳ ରନ ପିଛା କରି ହାରିଯାଇଛି ସତ। କିନ୍ତୁ ବେଥେଲଙ୍କ ଯୋଗୁଁ ଇଂଲଣ୍ଡ ଏହି ମ୍ୟାଚରେ ଭାରତକୁ କଡ଼ା ମୁକାବିଲା ଦେଇ ବିଜୟର ନିକଟତର ହୋଇପାରିଥିଲା। ସେ ଟି୨୦ ବିଶ୍ୱକପ୍ ନକଆଉଟରେ ସର୍ବାଧିକ ଇନିଂସ ଖେଳିଥିବା ବ୍ୟାଟର ମଧ୍ୟ ହୋଇଛନ୍ତି।

ଜାକବ୍ ବେଥେଲ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ବିଶ୍ୱର ୩୪ତମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଜୋସ୍ ବଟଲର୍, ଡେଭିଡ୍ ମାଲାନ୍ ଏବଂ ହ୍ୟାରି ବ୍ରୁକ୍ ଅଛନ୍ତି। ଟେଷ୍ଟ କ୍ରିକେଟରେ, ସେ ଚଳିତ ବର୍ଷ ଆରମ୍ଭରେ ଆଶେସ୍ ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୪ ରନ୍ କରିଥିଲେ। ସେ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ସବୁଠାରୁ କମ୍ ବୟସର ଇଂଲିସ୍ ବ୍ୟାଟ୍ସର।

ଯୁବ ବାମହାତୀ ବ୍ୟାଟର ଜାକବ୍ ବେଥେଲ୍ ୨୦୨୪ ମସିହାରେ ଇଂଲଣ୍ଡ ପାଇଁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେତେବେଳେ, ତାଙ୍କର ତିନୋଟି ଫର୍ମାଟ୍ ପ୍ରଥମ ଶ୍ରେଣୀ, ଲିଷ୍ଟ A ଏବଂ T20 ରେ କୌଣସି ଶତକ ନଥିଲା। ଏହା ସତ୍ତ୍ୱେ ଇଂଲଣ୍ଡ ତାଙ୍କ ଉପରେ ବହୁତ ଭରସା ରଖିଥିଲା, ଏବଂ ଜାକବଙ୍କୁ ଡେବ୍ୟୁ ଦିଆଯାଇଥିଲା। ସେ ତାଙ୍କର ୧୩୫ତମ ମ୍ୟାଚରେ ତାଙ୍କର କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ତାଙ୍କର ଶତକ ଆସିଥିଲା।

ଜାକବ୍ ବେଥେଲ୍ ଟେଷ୍ଟ ମ୍ୟାଚରେ ତାଙ୍କର ପ୍ରଥମ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିଲେ। ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ପ୍ରଥମ T20 ଶତକ ମଧ୍ୟ ହାସଲ କରିଛନ୍ତି। ଭାରତ ବିପକ୍ଷରେ T20 ବିଶ୍ୱକପ୍ ୨୦୨୬ର ସେମିଫାଇନାଲରେ ବେଥେଲ୍ ୧୦୫ ରନର ଏକ ଇନିଂସ ଖେଳିଥିଲେ। ଅନ୍ତର୍ଜାତୀୟ ମ୍ୟାଚରେ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।