ଫୁଟ୍‌ଫାଥରେ ଶୋଇଥିଲା ଶିଶୁ, ଉଠାଇଆଣିଲେ ପୋଲିସ ବାବୁ...ଭିଡିଓ ଭାଇରାଲ୍...

NEWS7
online-shooting-championship-yashaswini-deswal-win-gold

ମୁମ୍ୱାଇ ୦୫/୦୨: ରିଅଲ ଲାଇଫ୍ରେ ସେ ଦବଙ୍ଗ । କେତେବେଳେ ଗନ୍ ପଏଣ୍ଟରେ ଅପରାଧୀକୁ ଏନ୍କାଉଣ୍ଟର । ଆଉ କେତେବେଳେ ଚୋରକୁ ଠେଙ୍ଗା ପାହାର । ସେଥିପାଇଁ ତ ଅନେକ କୁହନ୍ତି ସେ ହୃଦୟହୀନ । ମଣିଷ ରୂପି ଚରିତ୍ରରେ ସେ ଭାରି କଠୋର । ହେଲେ କଠୋର ହୃଦୟ ପଛରେ ରହିଛି କଅଁଳ ମନ । ଅନ୍ୟର ଦୁଃଖରେ ବି ଭାଙ୍ଗିଯାଏ ଚଟାଣ ପରି ପଥର ହୃଦୟ । ଏମିତି ଜଣେ ପୋଲିସ ଅଧିକାରୀ ସୁଶୀଲ ଶିଖରେ ।

ଦାରିଦ୍ର୍ୟର ଯାତନା ତଳେ ଥିବା ପରିବାରକୁ ଦେଇଛନ୍ତି ସାହାରା । ଗହଳ ଚହଳ ସହର ମାୟା ନଗରୀ ମୁମ୍ୱାଇ । ଏଠି ଦଣ୍ଡେ ଛିଡା ହେବାକୁ କାହା ପାଖେ ନଥାଏ ସମୟ । ହେଲେ କୁନି ପିଲାର କୁଆଁ କୁଆଁ ରାବରେ ଅଟକିଥିଲା ପାଦ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ । ସୁଶୀଲ ଶିଖରେ ମୁମ୍ୱାଇ ପୋଲିସର ଟାଣୁଆ ଅଫିସର । ସବୁ ଦିନ ପରି ସାରି ଡ୍ୟୁଟି ସାରି ଫେରୁଥିଲେ ଭାଉ । ହଠାତ୍ ଫୁଟ୍ଫାଥ୍ ଉପରେ ପଡିଥିଲା ତାଙ୍କ ନଜର । ସଂଗେ ସଂଗେ ଯାଇ ମା’ ତିଆରି କରିଥିବା ଦୋଳିଙ୍କୁ ଓପାଡି ଫୋପାଡିଥିଲେ ।

ଏମିତିକି ରାସ୍ତାରେ ଟିକିଏ ବି ଜାଗା ରହିଥିଲେ ରହିବା ପାଇଁ । ଏସବୁ ଦେଖି ଧାଇଁ ଆସିଥିଲେ ମା’ । କାନ୍ଦ କାନ୍ଦ ଆଖିରେ ପଚାରିଥିଲେ ବାବୁ ଆମର ଭୁଲ କଣ? କେଉଁଠି ଶୋଇବ ମୋ ପିଲା । କିଛି ସମୟ ଏମିତି ଚାଲିଥିଲା ସିନ୍ । ଦେଖଣାହାରୀ ବି ହତ୍ବାକ୍ ଥିଲେ ଏସବୁ ଦେଖି । କେହି କିଛି ପଚାରିବାକୁ କରିପାରୁନିଥିଲେ ସାହସ । କାରଣ ପୋଲିସ ବାବୁ କାଳେ କଣ କହିବେ, ଥାନାକୁ ନେଇଯିବେ । ଡରି ଡରି ଥିଲେ ଉପସ୍ଥିତ ପିଲାର ମାଆ ସହ ଅନେକ ଲୋକ ।

 

ଶେଷରେ ହୋଇଥିଲା କ୍ଲାଇମାକ୍ସ । ହଠାତ୍ ଥାନା ବାବୁ ସାଙ୍ଗରେ ଆଣିଥିଲେ ଗୋଟିଏ ଦୋଳି । ନାଲି ରଙ୍ଗର ଚକଚକିଆ ଦୋଳିଟିକୁ ଆଣି ସେଠାରେ ନିଜ ହାତରେ କରିଥିଲେ ଫିଟିଂ । ଆଉ ଦୁଃଖୀ ମାଆର କୋଳରୁ ପିଲାକୁ ଆଣିଥିଲେ ଟେକି । ଏମିତିକି ନିଜେ କାଖରେ ଧରି କୋଳେଇ ନେଇ ଗେଳ ବି କରିଥିଲେ । ପରେ ଲଗାଇଥିବା ଦୋଳିରେ ଦେଇଥିଲେ ଶୁଆଇ । ଏମିତି କିଛି ଘଟିବ ବୋଲି କାହାକୁ ନଥିଲା ବିଶ୍ୱାସ । କାନ୍ଦ କାନ୍ଦ ଆଖିରେ ମାଆଟି ଦୌଡ଼ି ଯାଇ ପୋଲିସ ବାବୁଙ୍କ ଧରିଥିଲେ ଗୋଡ । କହିଥିଲେ ବାବୁ ଆପଣ ମହାନ । ମୋ ପକ୍ଷେ ଏ ଋଣ ସୁଝିବା କଷ୍ଟକର ।

ଏସବୁ ଦୃଶ୍ୟ କଏଦ ହୋଇଥିଲା ମୋବାଇଲ୍‌ରେ । ଯାହାକୁ ସେୟାର କରିଥିଲେ ନିଜେ ସୁଶୀଲ ଶିଖରେ ।ସୁଶୀଲ ଶିଖରେଙ୍କ ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ ପରେ ମିଳିଛି ଅନେକ ପଜେଟିଭ୍ ରେସପନ୍ସ । କେହି କହୁଛନ୍ତି ଏବେବି ବଞ୍ଚିଛି ମାନବିକତା । ଖାକି ପୋଷାକ ଭିତରେ ବି ବଞ୍ଚି ରହିଛି ମଣିଷ ପଣିଆ । ତେବେ ଦର୍ଶକଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରୁଛି ଭିଡିଓ ପଛରେ ଥିବା କ୍ୟାପସନ୍ । ଯାହା ଲେଖାଯାଇଛି ମରାଠି ଭାଷାରେ । କେତେକ ମରାଠି ବୁଝିନପାରିଲେ ବି ଭିଡିଓ ଦେଖି କରୁଛନ୍ତି ହୃଦୟଙ୍ଗମ । ଅନେକ ପ୍ରଶଂସା ସାଉଁଟିଛି ଏହି ଭିଡିଓ ଓ ପୋଲିସ ଅଧିକାରୀଙ୍କ ବଡ଼ପଣ । ଯାହା ଏବେ ପାଲିଟିଛି ସମସ୍ତଙ୍କ ପାଇଁ ପ୍ରେରଣା ।