ବାରବାଟୀ ଟି-୨୦ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା : ମ୍ୟାଚ୍ ଆରମ୍ଭର ୩ ଘଣ୍ଟା ପୂର୍ବରୁ ଆସିବାକୁ ଡିଜିଙ୍କ ପରାମର୍ଶ

NEWS7
one-year-marks-the-completion-of-a-high-capacity-abdominal-scanning-service-at-sum-ultimate-medicare

କଟକ ୬।୧୨: ବାରବାଟୀ ଷ୍ଟାଡିୟମ୍‌ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ବାରବାଟୀ ଟି-୨୦ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଭୟ କଟକ, ଭୁବନେଶ୍ବରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଜି ଓ୍ବାଇ ବି ଖୁରାନିଆ କହିଛନ୍ତି । କଟକ ଡିସିପି ଓ ଓସିଏ ଅଧିକାରୀଙ୍କ ଉପସ୍ଥିତିରେ ଡିଜି ପଡିଆ ଓ ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ମ୍ୟା ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ଡିଜି ସମସ୍ତଙ୍କ ସହ ଆଲୋଚନା କରିଛନ୍ତି । ଦର୍ଶକ ମାନେ ମ୍ୟାଚ୍ ଦିନ ମ୍ୟାଚ୍ ଆରମ୍ଭର ତିନି ଘଣ୍ଟା ପୂର୍ବରୁ ଆସିବା ପାଇଁ ଡିଜି ପରାମର୍ଶ ଦେଇଛନ୍ତି । ସେପଟେ ଖେଳାଳିଙ୍କ ଯିବାଆସିବା ବେଳେ କୌଣସି ସମସ୍ୟା ଯେପରି ରାସ୍ତାରେ ନହୁଏ ସେଥିପ୍ରତି ସବୁ ଧ୍ୟାନ ଦିଆଯାଇଥିବା କହିଛନ୍ତି ଡିଜି ।

ସେପଟେ, ବାରବାଟୀ ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଗ୍ନିଶମ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ । ବିଭାଗୀୟ ଅଧିକାରୀ ମାନଙ୍କ ସହ କ୍ଷେତ୍ର ନିରୀକ୍ଷଣ କଲା ପରେ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟର ସ୍ୱାର୍ଥ ଏବଂ ଦର୍ଶକ ମାନଙ୍କ ସୁରକ୍ଷା ପାଇଁ ଆମେ ଦାୟିତ୍ୱ ବହନ କରୁଛୁ । ଯେକୌଣସି ପ୍ରକାରର ଆପାତ୍ତକାଳୀନ ପରିସ୍ଥିତିର ମୁକାବିଲା ଲାଗି ଷ୍ଟାଡିୟମରେ ମୁତୟନ ହେବେ ୩୦୦ ଆଗ୍ନିକ । ଷ୍ଟାଡିୟମ ପରିସରରେ ଖୋଲିବ ୭ଟି ଅସ୍ଥାୟୀ ଏଡ଼ ପୋଷ୍ଟ । ସମ୍ଭାବ୍ୟ ପରିସ୍ଥିତର ମୁକାବିଲା ପାଇଁ ଏକାଧିକ ପମ୍ପସେଟ୍ ମହଜୁଦ ରଖିବ ଅଗ୍ନିଶମ ବାହିନୀ । ଏହା ବ୍ୟତୀତ ୨୧ଟି ମୋବାଇଲ କଣ୍ଟ୍ରୋଲ ଭ୍ୟାନର ବ୍ୟବସ୍ଥା କରାଯିବ । ଷ୍ଟାଡିୟମ ଭିତରର ସମସ୍ତ ଗତିବିଧିକୁ ଜଗିବ ସିସିଟିଭି ।

ସେପଟେ ବାରବାଟୀ ଟି-୨୦ ମୁକାବିଲା ପାଇଁ ପିଚ୍ ପ୍ରସ୍ତୁତି ପର୍ବକୁ ତ୍ୱରାନ୍ୱିତ କରିଛି ଓସିଏ । ତେବେ ମୁଖ୍ୟ ପିଚ୍ ବ୍ୟତୀତ ନେଟ୍ ପ୍ରାକ୍ଟିସ ଲାଗି ମଧ୍ୟ ଏବେଠାରୁ ବ୍ୟବସ୍ଥା କରାଯାଉଛି । ଯଦିଓ ୮ ତାରିଖରେ ଉଭୟେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ବାରବାଟୀରେ ଅଭ୍ୟାସ କରିବେ, କିନ୍ତୁ କିଛି ଖେଳାଳି ଶୁକ୍ରବାର ଠାରୁ ଅସିଗଲେଣି । ତେଣୁ ସେହି ଦୃଷ୍ଟିରୁ ନେଟ୍ ପ୍ରାକ୍ଟିସ ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ବିଶେଷ କଥା ହେଲା, ପ୍ରଥମ ଥର ପାଇଁ ବାରବାଟୀର ରେଡ୍ ସଏଲ୍ ପିଚ୍ରେ ଖେଳାଯିବ ଇଣ୍ଟରନ୍ୟାସନାଲ ମ୍ୟାଚ୍ । ତେଣୁ ନେଟ୍ ପ୍ରାକ୍ଟିସ୍ ପାଇଁ ନାଲି ମାଟିର ପିଚ୍ ପ୍ରସ୍ତୁତ ହୋଇ ରହିଛି ।