ପାକିସ୍ତାନର ମିଲିଟାରୀ ସେଣ୍ଟରରେ ତାଲିବାନର ଆକ୍ରମଣ, ଡ୍ରୋନ ଆକ୍ରମଣରେ ସୈନ୍ୟ କ୍ୱାର୍ଟର୍ସ ଧ୍ୱଂସ

NEWS7
one-terrorist-killed-in-encounter-with-security-forces-in-anantnag

କାବୁଲ, ୧୪ /୦୩: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ । ଗୁରୁବାର ବିଳମ୍ବିତ ରାତ୍ରରେ ଆଫଗାନିସ୍ତାନର ଅନେକ ସହରରେ ପାକିସ୍ତାନ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଯାହାର ଜବାବରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଉପରେ ଡ୍ରୋନ୍ ଆକ୍ରମଣ କରିଛି । ଫଳରେ ଦିନକୁ ଦିନ ଭାରତର ଦୁଇ ପଡୋଶୀ ଦେଶ ମଧ୍ୟରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହା ଭିତରେ ଆଫଗାନର ପ୍ରତିରକ୍ଷା ମନ୍ତ୍ରାଳୟ ବଡ ବୟାନ ଦେଇଛି ।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଶୁକ୍ରବାର ପାକ୍ ରାଜଧାନୀ ଇସଲାମାବାଦର ଏକ ସାମରିକ ବେସ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଆକ୍ରମଣ କରାଯାଇଛି । ଇସଲାମାବାଦର ହମଜା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଏହା ପାକିସ୍ତାନର ଷ୍ଟ୍ରାଟେଜିକ୍ ମିଲିଟାରୀ ସେଣ୍ଟର୍ ଅଟେ ।

ଆହୁରି ମଧ୍ୟ ତାଲିବାନ ସରକାର କହିଛନ୍ତି ଯେ, ଏୟାରକ୍ରାଫ୍ଟକୁ ବ୍ୟବହାର କରାଯାଇ ଆକ୍ରମଣ ହୋଇଛି । ଏଥିରେ ମିଲିଟାରୀ ସେଣ୍ଟରର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଧ୍ୱଂସ ହୋଇଛି । ଫଳରେ ପାକିସ୍ତାନୀ ସେନାର ଅନେକ କ୍ଷତି ହୋଇଛି । କମାଣ୍ଡ ସେଣ୍ଟର ସମେତ, ଡିପୋ ଏବଂ ସୈନ୍ୟଙ୍କ କ୍ୱାର୍ଚର କ୍ଷତିଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ,ଏହି ଆକ୍ରମଣ ସେତେବେଳେ ହୋଇଛି ଯେତେବେଳେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବିବାଦୀୟ ଦୁରାନ୍ଦ ଲାଇନରେ ଉତ୍ତେଜନା ଲାଗି ରହିଛି । ଉଭୟ ପରସ୍ପର ଉପରେ ମୋର୍ଟାର ମାଡ଼ କରୁଛନ୍ତି ।

ପାକିସ୍ତାନର ଆକ୍ରମଣ

ପୂର୍ବରୁ ପାକିସ୍ତାନ ଗୁରୁବାର ବିଳମ୍ବିତ ଏବଂ ଶୁକ୍ରବାର ପ୍ରତ୍ୟୁଷରେ ଅନେକ ଆଫଗାନ ପ୍ରଦେଶରେ ବିମାନ ଆକ୍ରମଣ କରିଥିଲା। ଯେଉଁଥିରେ ଚାରି ଜଣ ଲୋକ ପ୍ରାଣ ହରାଇଛନ୍ତି।ଅନେକ ଆହତ ହୋଇଥିଲେ। ଆଫଗାନ ତାଲିବାନର ସୀମା ସୁରକ୍ଷା ବାହିନୀର ମୁଖପାତ୍ର ଆବିଦୁଲ୍ଲାହ ଉକାବ କହିଥିଲେ ଯେ ସେମାନେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛନ୍ତି। ସେ ବିଭିନ୍ନ ପାକିସ୍ତାନୀ ସହର ଉପରେ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛନ୍ତି।

ଉକାବ କହିଛନ୍ତି, "ଆଫଗାନିସ୍ତାନ ତାଲିବାନ ଦାବି କରିଛି ଯେ ଏହି ଆକ୍ରମଣରେ କୋହାଟ କେନ୍ଦ୍ରୀୟ କମାଣ୍ଡ, କୋହାଟ ବ୍ରିଗେଡ ଏବଂ ଶିବିର ସମେତ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। "ବର୍ତ୍ତମାନ, ପାକିସ୍ତାନର ବିଭିନ୍ନ ସହରରେ ବିସ୍ଫୋରଣର ରିପୋର୍ଟ ଆସିଛି, ଯାହା ପ୍ରଶାସନକୁ ହାଇ ଆଲର୍ଟରେ ରଖିଛି।"