ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ, ରାଜ୍ୟର ବିକାଶ ପାଇଁ ଯୁବକ ମାନଙ୍କ ଆବଶ୍ୟକତା ରହିଛି

NEWS7
one-mruta-in-elephant-attack-in-subernapur

ଭୁବନେଶ୍ବର ୧୨।୧: ମାର୍ଚ୍ଚରେ ନୂଆ ଦଳ ଗଢ଼ିବେ ବାରବାଟୀ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଏଥିପାଇଁ ସରିଛି ସବୁ ପ୍ରକାର ପ୍ରସ୍ତୁତି । ନୂଆ ଦଳ ଘୋଷଣା ନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି ଖୋଦ୍ ମୋକିମ୍ । ତେବେ ଦଳ ଘୋଷଣା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ମହମ୍ମଦ ମୋକିମ୍ । ମୋକିମ୍‌ଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍ । ରୋଚକ କଥା ହେଉଛି ମୋକିମ୍ଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ।

ସୋଫିଆଙ୍କ ସହ ବିଜେଡି ବିଧାୟକ ସୁନୀଲ ମହାନ୍ତି, ଧର୍ମଶାଳା ବିଧାୟକ ତଥା ବିଜେପି ନେତା ହିଂମାଶୁ ଶେଖର ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଆସିନଥିବା ଜଣାପଡିଛି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ଯୁବଗୋଷ୍ଠୀର ଆବଶ୍ୟକତା ରହିଛି । ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ । ରାଜନୀତି ହେଉଛି ଶ୍ରେଷ୍ଠ ନୀତି । ତେଣୁ ରାଜ୍ୟର ବିକାଶ ପାଇଁ ଯୁବକ ମାନଙ୍କ ଆବଶ୍ୟକତା ଥିବାରୁ ଆଗାମୀ ଦିନରେ ନୂଆ ଦଳର ଆବଶ୍ୟକତା ରହିଛି ବୋଲି ମୋକିମ୍ କହିଛନ୍ତି ।

ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ । ମୋକିମ୍‌ଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ଼ ନେଇଛି । ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୋକିମ୍ ।