LIVE TV

ଭାରତୀୟ କମ୍ପାନୀମାନଙ୍କୁ ଆଫଗାନିସ୍ତାନର ସ୍ପେଶାଲ ଅଫର, ସୁନା ଖଣି କଲେ ମିଳିବ ୫ ବର୍ଷ ଟ୍ୟାକ୍ସ ରିହାତି

NEWS7
one-mruta-3-injured-in-durghatana-in-cuttack

ନୂଆଦିଲ୍ଲୀ ୨୪।୧୧: ଆଫଗାନିସ୍ତାନର ଉଦ୍ୟୋଗ ଓ ବାଣିଜ୍ୟ ମନ୍ତ୍ରୀ ଅଲହାଜ ନଋଦ୍ଦୀନ ଅଜିଜି ବିଭିନ୍ନ କ୍ଷେତ୍ରରେ ନିବେଶ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ତାଙ୍କ ସରକାର ସୁନା ଖନନ ସମେତ ନୂଆ କ୍ଷେତ୍ରରେ ନିବେଶ କରୁଥିବା କମ୍ପାନୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ଦେବାକୁ ପ୍ରସ୍ତୁତ। ‘ଆସୋଚେମ’ ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଜିଜି କହିଛନ୍ତି ଯେ ପାକିସ୍ତାନ ସହିତ ଉତ୍ତେଜନା ବାଣିଜ୍ୟରେ ବାଧା ସୃଷ୍ଟି କରୁଛି। ତେବେ ଅଫଗାନିସ୍ତାନରେ ଅପାର ସମ୍ଭାବନା ଥିବାର ମନ୍ତ୍ରୀ କହିଛନ୍ତି। ଏଠାରେ ପ୍ରତିଯୋଗୀ ନଥିବା ବେଳେ ଶୁଳ୍କ ରିହାତି ମଧ୍ୟ ଦିଆଯିବ ଓ ଆମେ ଜମି ମଧ୍ୟ ଦେଇ ପାରିବୁ ବୋଲି କହିଛନ୍ତି।

ଅଜିଜି କହିଛନ୍ତି ଯେ ଯଦି ଭାରତୀୟ କମ୍ପାନୀ ନିବେଶ ପାଇଁ ମେସିନାରୀ ଆମଦାନୀ କରନ୍ତି ତେବେ ଆଫଗାନୀସ୍ତାନ ମାତ୍ର ୧% ଶୁଳ୍କ ଲଗାଇବ। ଅଜିଜି କହିଛନ୍ତି ଯେ ସୁନା ଖଣି କରିବା ପାଇଁ ନିଶ୍ଚିତ ରୂପେ ଟେକ୍ନୋଲଜି, ପ୍ରଫେସନାଲ କମ୍ପାନୀ ଓ ପ୍ରଫେସନାଲଙ୍କ ଆବଶ୍ୟକତା ପଡିବ। ଏଣୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଆରମ୍ଭରେ ଆପଣଙ୍କ ଟିମ୍ ପଠାନ୍ତୁ, ସେମାନେ ବିଶେଷ ଗବେଷଣା କରିବେ, ଏକ୍ସପ୍ଲୋରେସନ କରିବେ ଓ କାମ ଆରମ୍ଭ କରିବେ। ତେବେ ଆମର ଗୋଟିଏ ସର୍ତ୍ତ ରହିବ, ତାହା ହେଉଛି ପ୍ରସଂସ୍କରଣ ଆମ ଦେଶରେ ହେବ ଯାହା ଦ୍ୱାରା ରୋଜଗାର ସୃଜନ ହୋଇ ପାରିବ।

ଅଜିଜି ଭାରତୀୟ ପକ୍ଷଙ୍କୁ ଦ୍ୱିପାକ୍ଷୀୟ ବାଣିଜ୍ୟ ବଢାଇବା ପାଇଁ ଛୋଟ ଛୋଟ ବାଧା ଦୂର କରନ୍ତୁ ବୋଲି କହିଛନ୍ତି। ଭାରତ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସେ କହିଛନ୍ତି ଯେ ଆମେ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ଚାହୁଁଛୁ। କିଛି ମାମୁଲି ବାଧା ରହିଛି ଯାହା ସମଗ୍ର ବାସ୍ତବିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି, ଯେପରି ଭିସା, ଏୟାର କରିଡୋର ଓ ବ୍ୟାଙ୍କିଙ୍ଗ ନେଣଦେଣ ଆଦି। ଏଣୁ ଦ୍ୱିପାକ୍ଷୀୟ ବ୍ୟାପାର ଓ ନିବେଶରେ ସୁଧାର ନିମନ୍ତେ ଏହି ସମସ୍ୟାର ସମାଧାନ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନ ମନ୍ତ୍ରୀ ୬ ଦିବସୀୟ ଭାରତ ଯାତ୍ରାରେ ଆସିଛନ୍ତି।