ମରିଗଲା ମାନବିକତା, ଡ୍ରେନ୍‌ରେ ଫିଙ୍ଗି ଦେଲେ ନବଜାତର ମୃତଦେହ

NEWS7
one-mruta-10-injured-in-accident-in-nabrangpur

କଟକ ୦୮।୦୨ : ମରିଗଲା ମାନବିକତା। ଡ୍ରେନରେ କେହି ଫିଙ୍ଗି ଦେଲେ ନବଜାତ ଶିଶୁ କନ୍ୟାର ମୃତଦେହ। ଡ୍ରେନ ଭିତରେ ପଡ଼ିଥିବା ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲା କୁକୁର। ଏହି ସମୟରେ ସ୍ଥାନୀୟ ଲୋକେ କୁକୁର ମୁହଁରୁ ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ତଳ ତେଲେଙ୍ଗା ବଜାର ଅଞ୍ଚଳରେ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏହି ଖବର ପାଇବା ପରେ ପୁରୀଘାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ନିକଟରେ ଏକ ଘରୋଇ ହସ୍ପିଟାଲ ଥିବା ବେଳେ ସେଠାରୁ ଏହି ମୃତ ନବଜାତ ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ।