ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି

NEWS7
one-more-covid-patient-in-bhubanewar-recovered

ଭୁବନେଶ୍ଵର: ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖା ହୋଇଛି। ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, ଫେବୃଆରୀ ୧୨ ରୁ ୨୧ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ। ଫେବୃଆରୀ ୨୬ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୬ରୁ ମାର୍ଚ୍ଚ ୧୩ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ମଗାଯି। ମାର୍ଚ୍ଚ ୧୬ ରୁ ୨୮ ଯାଏ ଅଭିଯୋଗ ଶୁଣାଣି ହେବ।

ମାର୍ଚ୍ଚ ୩୧ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି। ନୂଆ ୨୮ ଏନଏସି ଏବଂ ୭ ପୌରପାଳିକା ଘୋଷଣା ହୋଇଥିବା ୧୮ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଲେଖା ହୋଇଛି। ଘୋଷଣାର ୬ ମାସ ସୁଦ୍ଧା ନିର୍ବାଚନ ସାରିବାକୁ ସୀମା ପୁନଃନିରଦ୍ଧାରଣ ଏବଂ ସଂରକ୍ଷଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।