LIVE TV

ଆସନ୍ତା ୨୪ ଘଣ୍ଟାରେ ବାତ୍ୟା! ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା

NEWS7
one-missing-after-drowned-in-canal-in-salepur

​​​​​​​ଭୁବନେଶ୍ୱର ୨୬/୧୧: ଆସନ୍ତା ୨୪ ଘଣ୍ଟାରେ ବାତ୍ୟା! ମାଲେସିୟା ଓ ମଲ୍ଲକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ସ୍ପଷ୍ଟ ଲଘୁଚାପ ରହିଛି । ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଅଧିକ ଘନୀଭୂତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ବାତ୍ୟାରେ ପରିଣତ ହୋଇପାରେ ।

୨୭ ତାରିଖ ସୁଦ୍ଧା ଅବପାତ ରୂପ ନେବ ବୋଲି ଆଇଏମ୍ଡି କହିଛି । ଆସନ୍ତା ୨ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ରାତି ତାପମାତ୍ରା କମିବା ଯୋଗୁ କିଛି ସ୍ଥାନରେ ଅଧିକ ଶୀତ ଅନୁଭୂତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ସ୍ୟାଟେଲାଇଟ ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର, ମଲକ୍କା ଓ ଆଖପାଖ ଅଞ୍ଚଳରେ ପାଣିପାଗ ଅତ୍ୟନ୍ତ ଖରାପ ରହିଛି । ସେଠାରେ ପବନର ବେଗ ଅଧିକ ରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇ ଉଠିଛି ।

ଏହାବାଦ କୋମୋରିନ ଓ ଆଖପାଖ ଅଞ୍ଚଳରେ ରହିଥିବା ଉପରି ଭାଗ ଘୂର୍ଣ୍ଣିବଳୟ ଯୋଗୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ନୂଆ ଲଘୁଚାପ କ୍ଷେତ୍ର ଆଜି ସୃଷ୍ଟି ହୋଇପାରେ । ଏହା ଅଧିକ ଘନୀଭୂତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ବାତ୍ୟାର ରୂପ ନେବ, ତା’ହେଲେ ଏହାର ନାଁ ସେନୟାର ରହିବ ।

ଏହାର ଅର୍ଥ ସିଂହ । ୟୁଏଇ ପକ୍ଷରୁ ବାତ୍ୟାର ନାମକରଣ କରାଯାଇଛି । ଆଇଏମଡିର ନିୟମ ଅନୁସାରେ, ଗଭୀର ଅବପାତ ଅଧିକ ଘନୀଭୂତ ହେବା ପରେ ବାତ୍ୟାରେ ପରିଣତ ହୋଇଥାଏ । ଏହାପରେ ବାତ୍ୟାର ନାମକରଣ ହୋଇଥାଏ । ତେଣୁ ବାତ୍ୟା ହେବା ପରେ ଆଇଏମଡି ଏହାର ନାଁ ସେନୟାର ରଖିବ ।​​​​​​​