କ୍ୟାଲେଣ୍ଡର, ଘଣ୍ଟା, ବର୍ଷ ବୁଝନ୍ତିନି ଏମାନେ , ଜୀବନରେ ଅନେକ ଥର ବଦଳାନ୍ତି ନାଁ

NEWS7
one-injured-as-accident-in-salepur-nischintakoili

ନୂଆଦୁିଲ୍ଲୀ: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠି ପ୍ରତ୍ୟେକ ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ। ଘଣ୍ଟାର ସମୟ ଆମର ଉଠିବା, ଶୋଇବା ଏବଂ କାମ କରିବା ସବୁ କିଛି କରେ ନିର୍ଣ୍ଣୟ । କିନ୍ତୁ ଆମାଜନର ଘନ ଜଙ୍ଗଲରେ ରହୁଥିବା ଅମୋଣ୍ଡୱା ଜନଜାତିଙ୍କ ପାଇଁ ସମୟର କୌଣସି ମୂଲ୍ୟ ନାହିଁ। କାରଣ ସେମାନଙ୍କ ଅଭିଧାନରେ ନାହିଁ 'ସମୟ', ମାସ, ବର୍ଷର ଶବ୍ଦ। ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, ଭାବୁଥାଇ ପାରନ୍ତି ସମୟ ବିନା କଣ ଜୀବନ ସମ୍ଭବ। ହଁ ସମ୍ଭବ ... ଏକଥାକୁ ପ୍ରମାଣ କରିଛନ୍ତି ଏହି ଜନଜାତି। ଏମାନେ ବ୍ରାଜିଲର ଆମାଜନ ଜଙ୍ଗଲରେ ରୁହନ୍ତି।

ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜନଜାତି ଉପରେ ଗବେଷଣା କରୁଥିଲେ। ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଅମୁଣ୍ଡୱା ଜନଜାତିରେ ସମୟ, ସପ୍ତାହ, ମାସ କିମ୍ବା ବର୍ଷ ଭଳି ଶବ୍ଦର କୌଣସି ବ୍ୟବହାର ନାହିଁ। ସେମାନଙ୍କ ପାଇଁ, କେବଳ ସୂର୍ଯ୍ୟଦୋୟ ଏବଂ ଅସ୍ତ ହେବା ଯଥେଷ୍ଟ। ଏହି ଲୋକମାନେ ସମ୍ପୂର୍ଣ୍ଣ ଭାବରେ ବର୍ତ୍ତମାନରେ ବାସ କରନ୍ତି ଏବଂ ସେମାନେ କାଲି ବିଷୟରେ ଚିନ୍ତା କରନ୍ତି ନାହିଁ। ଏହି ଜନଜାତି ବିଷୟରେ ସବୁଠାରୁ ମଜାଦାର କଥା ହେଉଛି ଯେ, ସେମାନେ କାହାରି ବୟସର ହିସାବ ରଖନ୍ତି ନାହିଁ।

Language and Cognitionରେ ପ୍ରକାଶିତ ଅଧ୍ୟୟନ ମୁତାବକ, ଯଦି ଆପଣ ଜଣେ ଅମୁଣ୍ଡୱା ଜନ ଜାତିର ଲୋକଙ୍କୁ ପଚାରନ୍ତି ଯେ, ତାଙ୍କର ବୟସ କେତେ, ତେବେ ତାଙ୍କ ପାଖରେ ଏହି ଉତ୍ତର ନଥିବେ । ଏଠାରେ, ବୟସ ସଂଖ୍ୟାରେ ମପାଯାଏ ନାହିଁ କେବଳ ପରିଚୟ ହିଁ ମିଳିପାରିବ। ଯେତେବେଳେ ଏହି ଜନଜାତିରେ ପିଲା ବଡ଼ ହୁଏ, ତାଙ୍କର ନାଁ ପରିବର୍ତ୍ତନ ହୁଏ। ଅର୍ଥାତ୍ ନାଁ ପରିବର୍ତ୍ତନ ପ୍ରମାଣ କରେ ଯେ ବ୍ୟକ୍ତି ବଡ଼ ହୋଇଛି। ଏଠାରେ ଜଣେ ବ୍ୟକ୍ତି ଅନେକ ଥର ତାଙ୍କ ନାମ ପରିବର୍ତ୍ତନ କରନ୍ତି। ଏହି ପଦ୍ଧତି ଆମକୁ ଶିଖାଏ ଯେ ସମାଜ ସଂଖ୍ୟା ବିନା ଚାଲିପାରିବ। ସେମାନେ କେବେ ଘଣ୍ଟା କିମ୍ବା କ୍ୟାଲେଣ୍ଡରର ଆବଶ୍ୟକତା ଅନୁଭବ କରିନ୍ତିନି। ସେମାନଙ୍କର କୌଣସି ସମୟସୀମା ନାହିଁ ଏବଂ କୌଣସି ସ୍ଥାନକୁ ଯିବା ପାଇଁ କୌଣସି ଶୀଘ୍ରତା ନାହିଁ। ହୁଏତ ସେଥିପାଇଁ ଏହି ଲୋକମାନେ ଆଧୁନିକ ଦୁନିଆର ଲୋକମାନଙ୍କ ତୁଳନାରେ ବହୁତ ଶାନ୍ତ ଏବଂ ଖୁସି।

ବର୍ତ୍ତମାନ ଏହି ଜନଜାତି ଧୀରେ ଧୀରେ ବାହ୍ୟ ଦୁନିଆ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସଂସ୍ପର୍ଶରେ ଆସୁଛନ୍ତି। ଯେତେବେଳେ ସରକାର ସେମାନଙ୍କର ପରିଚୟପତ୍ର କିମ୍ବା ପାସପୋର୍ଟ ତିଆରି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କର ଜନ୍ମ ତାରିଖ ଲେଖିବା ଅସମ୍ଭବ ହୋଇପଡ଼େ। ସେମାନଙ୍କୁ ଏବେ ପର୍ତ୍ତୁଗୀଜ୍ ଶିଖାଯାଉଛି ଯାହା ଦ୍ୱାରା ସେମାନେ ବିଶ୍ୱ ସହିତ ତାଳ ଦେଇପାରିବେ। କିନ୍ତୁ ଏକ ଭୟ ମଧ୍ୟ ଅଛି ଯେ ସେମାନଙ୍କର ଅନନ୍ୟ ଏବଂ ଶାନ୍ତିପୂର୍ଣ୍ଣ ସଂସ୍କୃତି ଲୋପ ପାଇଯାଇପାରେ। ସେମାନଙ୍କର ଘଣ୍ଟା ନାହିଁ, କିନ୍ତୁ ସେମାନେ ପ୍ରକୃତିର ଇଙ୍ଗିତକୁ ଆମ ଅପେକ୍ଷା ଭଲ ଭାବରେ ବୁଝନ୍ତି।

ଖାଦ୍ୟ ଏବଂ ପାନୀୟ ବିଷୟରେ କହିଲେ, ଅମୁଣ୍ଡୱା ସମ୍ପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳ। ସେମାନେ ବହୁତ ଦକ୍ଷ ଶିକାରୀ। ଏହି ଲୋକମାନେ ଧନୁ ଏବଂ ତୀର ବ୍ୟବହାର କରି ଛୋଟ ପ୍ରାଣୀ ଏବଂ ପକ୍ଷୀ ଶିକାର କରନ୍ତି। ଏହା ସହିତ, ଆମାଜନର ନଦୀରୁ ମାଛ ଧରିବା ସେମାନଙ୍କ ଖାଦ୍ୟର ଏକ ମୁଖ୍ୟ ଅଂଶ। ସେମାନେ ଫଳ, କନ୍ଦମୂଳ ଏବଂ ମହୁ ମଧ୍ୟ ସଂଗ୍ରହ କରନ୍ତି। ଆଶ୍ଚର୍ଯ୍ୟର କଥା, ସେମାନେ ଚାଷ ମଧ୍ୟ କରନ୍ତି, କିନ୍ତୁ ବହୁତ ଛୋଟ ଆକାରରେ। ସେମାନେ ମୁଖ୍ୟତଃ ମକା ଚାଷ କରନ୍ତି।

ସେମାନେ ପରମ୍ପରାକୁ ଖୁବ୍ ଗୁରୁତ୍ୱ ଦିଅନ୍ତି। ଏହି ଜନଜାତି ସେମାନଙ୍କର ଭାଷା ଏବଂ ଜୀବନଶୈଳୀକୁ ସଂରକ୍ଷଣ କରିବାକୁ ଚାହାଁନ୍ତି। ଯଦିଓ ସେମାନେ ଅନେକ ସୁବିଧାରୁ ବଞ୍ଚିତ ତଥାପି ...ନିଜ ସରଳତା ଏବଂ ଖୁସି ଯୋଗୁଁ ଆମାଜନ ଜଙ୍ଗଲରେ ରାଜା ରୁହନ୍ତି ରାଜା ଭଳି।