LIVE TV

ଏସ୍‌ଟିଏଫ୍‌ ପଞ୍ଝାରେ ପୁଣି ବାଘ ଛାଲ ବେପାରୀ, ବୌଦ୍ଧରୁ ଗିରଫ ହେଲା ଅଭିଯୁକ୍ତ

NEWS7

ଭୁବନେଶ୍ବର ୨୯।୦୪ : ପୁଣି ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌ । ବାଘ ଛାଲ ବେପାର ଅଭିଯୋଗରେ ମହେନ୍ଦ୍ର ଭାଇନ ନାମକ ଜଣେ ବ୍ୟକ୍ତିଙ୍କ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଚୋରାରେ ବାଘ ଛାଲ କାରବାର ନେଇ ଏସଟିଏଫ୍‌ ନିକଟରେ ଖବର ଥିଲା । ଚୋରା କାରବାରର ପର୍ଦ୍ଦାଫାସ ନେଇ ଏସଟିଏଫ୍‌ ତୀକ୍ଷ୍ନ ନଜର ରଖିଥିଲା । ଏହିପରିପେକ୍ଷୀରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌ । ବାଘ ଛାଲ ବେପାର ଅଭିଯୋଗରେ ମହେନ୍ଦ୍ର ଭାଇନ ନାମକ ଜଣେ ବ୍ୟକ୍ତିଙ୍କ ଗିରଫ କରାଯାଇଛି । ତେବେ ଚଳିତ ବର୍ଷ ୧୪ଟି ବାଘ ଛାଲ ସହ ୯ଟି ହାତୀ ଦାନ୍ତ ଜବତ କରିବାରେ ସଫଳ ହୋଇଛି  ଏସଟିଏଫ୍‌ । ୧୬ଟି ମାମଲା ରୁଜୁ କରିବା ସହ ୨୮ ଜଣଙ୍କୁ ଗିରଫ କରାଯାଇଛି ।