ଧଉଳି ଘଟଣାରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ, କହିଲେ- ରାଜଧାନୀ ଏବେ ଅସୁରକ୍ଷିତ

NEWS7
one-dies-in-accident-kalahandi-villagers-block-the-road

ଭୁବନେଶ୍ୱର ୧୬।୧୨ : ରାଜ୍ୟରେ ବର୍ବରତା ଓ ଅରାଜକତ ସୀମା ଟପୁଛି । ରାଜଧାନୀ ଅସୁରକ୍ଷିତ। ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଏପରି କିଛି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଧଉଳି ଘଟଣା ସାରା ରାଜ୍ୟକୁ ବିଚଳିତ କରିଦେବା ପରି ବିଷୟ ।  ଅପରାଧୀ ଭୟଶୁନ୍ୟ ହେଉଛନ୍ତି । ସରକାର ଲୋକଙ୍କ ପାଖରେ ବିଶ୍ୱାସ ହରାଉଛି ।  ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ? । ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା । ସାଧାରଣ ଜନତା ଭୟଭୀତ। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ।