ଭାରତରେ ୩ ବର୍ଷରେ ୩ ଗୁଣ ବଢିଛି ଛାଡପତ୍ର, ୫୮% ମାମଲାରେ ମହିଳା ଚାହୁଁଛନ୍ତି ଡିଭୋର୍ସ

NEWS7
one-dead-in-road-accident-at-sanakhemundi

ନୂଆଦିଲ୍ଲୀ ୨୫।୦୨; ଜାତୀୟ ପରିବାର ବାସ୍ଥ୍ୟ ସର୍ଭେରୁ ଜଣାପଡ଼ିଛି, ଦୁଇ ଦଶଖି ପୂର୍ବେ ଭାରତରେ ୦.୬% ବିବାହିତ ମହିଳା ଛାଡ଼ପତ୍ର ନିମ୍ବା ବାମୀଠୁ ଅଲଗା ରହୁଥିଲେ, ଏବେ ଏହା ପ୍ରାୟ ୧% ହୋଇଛି । ପୁନେ ଅଧଗନ ୧୯୮୬-୮୭ ଅନୁସାରେ, ଛାଡ଼ପତ୍ରର ୮୪୯ ମାମଲାରେ 890 (100%) ସମୀ ପ୍ରଥମେ ବିଚ୍ଛେଦ କଥା ଉଠାଇଥିଲେ । କିନ୍ତୁ ଏବେ ପ୍ରାୟ ୫୮ ପ୍ରତିଶତ ମହିଳା ପ୍ରଥମେ ଛାଡ଼ପତ୍ର ଚାହୁଁ ଛନ୍ତି। ଛାଡ଼ପତ୍ର ନେଇଥିବା ମହିଳା ଓ ପୁରୁଷଙ୍କର କୌଣସି ଏକାକୃତ ସରକାରୀ ଜାତୀୟ ତଥ୍ୟ ନାହିଁ ।

କିନ୍ତୁ ଘରୋଇ ରିସର୍ଚ କମ୍ପାନିମନଙ୍କର ଅକ୍ଷସନ ଅନୁସାରେ, ଦେଶରେ ଛାଡ଼ପତ୍ରର ହାରାହାରି ବଶସ ମହିଳାଙ୍କ ମଧ୍ୟରେ ୩୯, ପୁରୁଷଙ୍କ ମଧ୍ୟରେ ୩୦ ବର୍ଷ । ଫିଏଲଏଫ୍ଏସ୍ ୨୦୧୭-୨୦୨୪ ଅନୁସାରେ, ଭାରତର ସହରାଞ୍ଚଳରେ ଛାଡ଼ପତ୍ର ନେଉଥିବା ପୁରୁଷଙ୍କ ଅନୁପାତ ୦.୩% (୨୦୧୭-୧୮)ରୁ ବହି ୦.୫% (୨୩-୨୪) ଏବଂ ମହିଳାଙ୍କ ଅନୁପାତ ୦.୬%ରୁ ୦.୭% ହୋଇଛି। ଘରୋଇ ହିଂସା, ପ୍ରତାରଣ କିମ୍ବା ପାରିବାରିକ ଚାପ ଭଳି ବ୍ୟକ୍ତିଗତ କାରଣ ଛାଡ଼ପତ୍ରର ସବୁଠୁ ବଡ଼ କାରଣ ହୋଇଛି ।

ଶିକ୍ଷିତ ମହିଳା ସେମାନଙ୍କ ନ୍ୟାୟିକ ଅଧିକାରକୁ ଭଲଭାବେ ବୁଝିଛନ୍ତି ଏବଂ ସେଗୁଡ଼ିକର ଉପଯୋଗରେ ଆଦୌ କୁଣ୍ଠିତ ହେଉନାହାନ୍ତି। ମୁମ୍ବାଇ ପରିବାର ଅଦାଲତର ଏକ ଅଧୟନ ଅନୁସାରେ, ୪୦ ପ୍ରତିଶର ମାମଲରେ ବିବାହର ୩ ବର୍ଷ ମଧ୍ୟରେ ସମ୍ପର୍କ ଭାଙ୍ଗିପଉଛି ଏବଂ ଛାଡ଼ପତ୍ର ଚାହୁଁଥିବା ଅଧିକାଂଶ ମହିଳାଙ୍କ ବୟସ ୨୫-୩୪ ବର୍ଷ । ଏକ ଅଧୟନ ଅନୁସାରେ, ଜାନୁଆରୀ, ସେପ୍ଟେମ୍ବର ଓ ମେ'ରେ ସର୍ବାଧିକ ଛାଡ଼ପତ୍ର ଆବେଦନ ଆସିଛି। ଅକ୍ଟୋବର-ନଭେମ୍ବର, ଡିସେମ୍ବର ଓ ମାର୍ଜରେ ସବୁଠୁ କମ୍।

ଅଧିକ ପଢନ୍ତୁ- ଆପଣଙ୍କର ଭଲ ମନ୍ଦ ଚିନ୍ତା କରିପାରିବ ‘ଦ୍ବିତୀୟ ମସ୍ତିଷ୍କ’; ବ୍ୟକ୍ତିଗତ ସୁପରଇଣ୍ଟେଲିଜେନ୍ସ ନିର୍ମାଣ କରୁଛନ୍ତି ଆଲେକଜାଣ୍ଡର ୱାଙ୍ଗ୍‌