LIVE TV
LIVE TV

ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ୩ ହଜାର ଭଳି ସିଟ୍ କମିବ, ଷ୍ଟାଡିୟମ୍ ବାହାରେ ଲାଗିବ ବୃହତ୍ତ ଏଲ୍ଇଡି ସ୍କ୍ରିନ୍

NEWS7
one-dead-and-two-injured-in-accident-in-atthamallick

କଟକ ୨୮।୧୧: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ବାରବାଟୀରେ ଚାଲିଛି ପ୍ରସ୍ତୁତି । ଦର୍ଶକ ମାନଙ୍କ ସୁରକ୍ଷା ଲାଗି ଏଥର ବାରବାଟୀ ଟି-୨୦ ମ୍ୟାଚ୍‌ ପାଇଁ କମିବ ଗ୍ୟାଲେରୀ ସିଟ୍ ସଂଖ୍ୟା । ୩ ହଜାର ଭଳି ସିଟ୍ କମିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ତେବେ ପୋଲିସ ବିଭାଗର ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଯେଉଁମାନେ ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାରୁ ବଞ୍ଚିତ ହେବେ, ସେମାନଙ୍କ ପାଇଁ ଷ୍ଟାଡିୟମ ବାହାରେ ବୃହତ୍ତ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ । ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ରେ ବାରବାଟୀର ସିଟ୍ ଥିଲା ୪୪ ହଜାର ୫୦୦ । ତେବେ ୩ ହଜାର ସିଟ୍ କମିଲା ପରେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସେନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ ବୋଲି ଓସିଏ ସମ୍ପାଦକ କହିଛନ୍ତି ।

ସେପଟେ, ଭାରତ-ଦକ୍ଷିଣ ଆଫ୍ରିକ୍‌ ଟି-୨୦ମ୍ୟାଚ୍‌ରେ ଯେପରି ଫ୍ଲଡ୍ ଲାଇଟ୍ ବନ୍ଦ ନହେବ ସେଥିପାଇଁ ଏଥର ବାରବାଟୀ ଷ୍ଟାଡିୟମରେ ଲାଗିବ ୧୮ଟି ଡିଜି । ପୁଣି ଦର୍ଶକ ମାନଙ୍କ ମନୋରଞ୍ଜନ ଲାଗି ଫ୍ଲଡ୍ ଲାଇଟ୍ ଗୁଡିକୁ ଏକ ନୂଆ ଢଙ୍ଗରେ ପ୍ରସ୍ତୁତ କରାଯିବ । ଯାହା ଫଳରେ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ ବାରବାଟୀ ଗ୍ରାଉଣ୍ଡରେ । ତେବେ ଦର୍ଶକ ମାନଙ୍କ ସୁରକ୍ଷା ଲାଗି ଗ୍ୟାଲେରୀ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଶୁକ୍ରବାର ଏସବୁର ନିରୀକ୍ଷଣ କରିଛନ୍ତି ଭୁବନେଶ୍ୱର ଆଇଆଇଟିରୁ ଆସିଥିବା ଏକ୍ସପର୍ଟ ଟିମ୍ ।