କାର୍ଡେଲିଆ କ୍ରୁଜ୍ କେସ୍‌ରେ ସମୀର ୱାଙ୍ଖେଡେଙ୍କୁ ବଡ ଝଟକା, କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟଙ୍କ ଅନୁମୋଦନ

NEWS7
one-dacoit-arrested-by-berhampur-police

ନୂଆଦିଲ୍ଲୀ ୨୮।୦୨; ଦିଲ୍ଲୀ ହାଇକୋର୍ଟ ୨୦୨୧ର କାର୍ଡେଲିଆ କ୍ରୁଜ୍ ଡ୍ରଗ୍ସ ମାମଲାରେ ତତ୍କାଳୀନ ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଦେଇଛନ୍ତି ଅନୁମୋଦନ। କୋର୍ଟ କେନ୍ଦ୍ର ସରକାରଙ୍କ ଏହି ପିଟିସନକୁ ସ୍ୱୀକାର କରି ନେଇଛନ୍ତି , ଯେଉଁଥିରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍)ର ପୁରୁଣା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆଯାଇ ଥିଲା। ୱାଙ୍ଖେଡେଙ୍କ ଉପରେ ଅଭିଯୋଗ ଯେ, ସେ ଏନସିବିରେ ରହି ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇଥିଲେ ଏବଂ ତାଙ୍କ ପରିବାର ଠାରୁ ମୋଟା ଅଙ୍କର ଅର୍ଥ ଦାବି କରି ଥିଲେ। ତାଙ୍କ ଉପରେ ଯାଞ୍ଚକୁ ଭୁଲ୍ ଦିଗରେ ନେବାର ମଧ୍ୟ ଅଭିଯୋଗ ଅଛି।

ଜଷ୍ଟିସ୍ ଅନିଲ କ୍ଷେତ୍ରପାଲ ଏବଂ ଜଷ୍ଟିସ୍ ଅମିତ ମହାଜନଙ୍କ ଖଣ୍ଡପୀଠ ୨୦୨୧ ମସିହାର କାର୍ଡେଲିଆ କ୍ରୁଜ୍ ଡ୍ରଗ୍ସ ମାମଲାର ସମ୍ୱନ୍ଧରେ ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେଙ୍କ ବିରୋଧରେ ଶୁକ୍ରବାର ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାରୁ ଅନୁମତି ପ୍ରଦାନ କରିଛନ୍ତି। ଜଷ୍ଟିସ ଅନିଲ କ୍ଷେତ୍ରପାଲ ଏବଂ ଜଷ୍ଟିସ ଅମିତ ମହାଜନଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍)ର ସେହି ନିର୍ଦ୍ଦେଶ ବିରୋଧରେ କେନ୍ଦ୍ରର ପିଟିସନକୁ ସ୍ୱୀକାର କରିନେଇଛନ୍ତି , ଯେଉଁଥିରେ ଏହି ମାମଲାରେ ୱାଙ୍ଖେଡେଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନକୁ ବାତିଲ କରାଯାଇ ଥିଲା। କେନ୍ଦ୍ର ସରକାର କ୍ୟାଟର ସେହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇ ଥିଲେ , ଯେଉଁଥିରେ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ଶୁଳ୍କ ବୋର୍ଡ ଦ୍ୱାରା ୧୮ ଅଗଷ୍ଟ, ୨୦୨୫ରେ ୱାଙ୍ଖେଡେଙ୍କୁ ଜାରି କରାଯାଇ ଥିବା ଚାର୍ଜସିଟକୁ ବାତିଲ କରାଯାଇଥିଲା।

କହି ରଖୁଛୁ କି , ୨୦୦୮ ମସିହାର ବ୍ୟାଚ ଭାରତୀୟ ରାଜସ୍ୱସେବା (ଆଇଆରଏସ)ର ଅଧିକାରୀ ସମୀର ୱାଙ୍ଖେଡେ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ଥିଲେ, ଯେବେ ସେ ୨୦୨୧ରେ ମୁମ୍ୱାଇର ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ (ଏନସିବି)ରେ ନିଜର କାର୍ଯ୍ୟକାଳ ବେଳେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କାର୍ଡେଲିଆ କ୍ରୁଜ୍ ଡ୍ରଗ୍ ମାମଲାରେ ଫସାଇର ଧମକ ଦେଇ ତାଙ୍କ ପରିବାର ଠାରୁ ଅଭିଯୋଗ ମୁତାବିକ ୨୫ କୋଟି ଟଙ୍କା ଦାବି କରିଥିଲେ।