ଆଜିଠୁ ବିଏନପି ସରକାର : PM ଭାବେ ଶପଥ ନେବେ ତାରିକ ରେହମାନ, ଭାରତ ସମେତ ପାକ୍-ଚାଇନାର ପ୍ରତିନିଧି ରହିବେ ଉପସ୍ଥିତ

NEWS7
one-critical-in-durghatana-in-chandikhol

ଢାକା, ୧୭/୦୨ : ମଙ୍ଗଳବାର ଶପଥ ନେବେ ତାରିକ୍ ରେହମାନ । ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଆରମ୍ଭ କରିବେ ନୂଆ ଇନିଂସ । ଏହାପୂର୍ବରୁ ସୋମବାର ଅନ୍ତରୀଣ ସରକାରର ପରାମର୍ଶଦାତା ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ । ତେବେ ତାରିକଙ୍କ ଶପଥ ଉତ୍ସବରେ ୧୩ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ଯେଉଁଥିରେ ପାକ୍, ଚାଇନା ଏବଂ ଭାରତର ପ୍ରତିନିଧି ସାମିଲ ହୋଇପାରନ୍ତି ।

ବାଂଲାଦେଶର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ୧୭ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହେବ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ନୂତନ ବାଂଲାଦେଶ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଭାରତକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଯାତ୍ରା କରିବେ ନାହିଁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

​​​​​​​ଏହି ଖବରଟି ପଢନ୍ତୁ...  ପାକିସ୍ତାନ ପାଇଁ ସବୁଠୁ ଖରାପ ସମୟ...ପରାଜୟ ପରେ ବିବାଦରେ ନକଭି : ହଟାଇବାକୁ ଦାବି କଲେ ପୂର୍ବତନ କ୍ରିକେଟର

ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନରେ BNP ଏକ ବଡ଼ ବିଜୟ ହାସଲ କରିଛି। ୩୦୦ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ କରିବାକୁ ୧୫୧ ଆସନ ଆବଶ୍ୟକ । ବିଏନପି ଏହାଠାରୁ ଯଥେଷ୍ଟ ଅଧିକ ଜିତିଛି। ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ତାରିକ ରହମାନ । ଇସଲାମିକ ଜମାତ-ଏ-ଇସଲାମି ମେଣ୍ଟ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ ବିଏନପିର ପ୍ରଚଣ୍ଡ ବିଜୟ ହାସଲ କରିଛି ।

ୟୁନୁସଙ୍କ ଇସ୍ତଫା

ସୋମବାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ । ଛାତ୍ର ଆନ୍ଦୋଳନ ଯୋଗୁଁ ଗତ ୨୦୨୪ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର ପତନ ଘଟିବା ପରେ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । , ଦେଶବାସୀଙ୍କୁ ତାଙ୍କର ଶେଷ ସମ୍ବୋଧନରେ ୟୁନୁସ କହିଛନ୍ତି ଯେ, ଅନ୍ତରୀଣ ସରକାର ଇସ୍ତଫା ଦେଇଛନ୍ତି । କିନ୍ତୁ ଗଣତନ୍ତ୍ର, ବାକ୍ ସ୍ୱାଧୀନତା ଓ ମୌଳିକ ଅଧିକାର ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ବନ୍ଦ ହେବା ଉଚିତ ନୁହେଁ । ୮୫ ବର୍ଷୀୟ ଏହି ନୋବେଲ ପୁରସ୍କାର ବିଜେତା ନୂଆ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି ।