୧୩ବର୍ଷ ପରେ ଯୌତୁକଜନିତ ହତ୍ୟା ମାମଲାର ରାୟ, ଶାଶୁ-ଶ୍ବଶୁରଙ୍କ ସହ ସ୍ବାମୀଙ୍କୁ ଆଜୀବନ

NEWS7
one-arrested-for-viral-corona-affected-rumor-in-whatsapp-in-sambalpur

ସୋର ୧୨।୨: ଯୌତୁକଜନିତ ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ । ଏକ ଯୌତୁକଜନିତ ହତ୍ୟା ମାମଲା ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୋର ଏଡିଜେ ବିଚାରପତି l ୩ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏ ଖବର ବି ପଢ଼ନ୍ତୁ:- ସାଇ- ନାଣ୍ଡୁ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ମଞ୍ଚ ଚଢ଼ିବେ ସାଇ

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଉଲ୍ଲାସ ଖଡ଼ଗପୁର ଗାଁର ଗଙ୍ଗାଧର ବାରିକଙ୍କ ଝିଅକୁ ସିମୁଳିଆ ଗ୍ରାମର ସନ୍ତୋଷ ବାରିକ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ସମୟରେ କନ୍ୟାଘର ପକ୍ଷରୁ ସନ୍ତୋଷକୁ ଯୌତୁକ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ବିବାହ ପରେ ଅଧିକ ୫୦ ହଜାର ଟଙ୍କା ଦାବି କରି ସ୍ଵାମୀ ସନ୍ତୋଷ ପରିବାର ସହ ମିଶି ସ୍ତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ l ଗତ ୨୦୧୨ ମସିହା ଜୁନ୍ ୩୦ ତାରିଖରେ ଶାଶୁ ସଞ୍ଜୁମଣୀ ବାରିକ, ଶ୍ବଶୁର ବିନୋଦ ବାରିକ, ସ୍ୱାମୀ ସନ୍ତୋଷ ବାରିକ ତାଙ୍କୁ ବିଷ ଦେଇ ହତ୍ୟା କରିଥିବା ମୃତ ମହିଳାଙ୍କ ବାପା ଗଙ୍ଗାଧର ସୋର ଥାନାରେ ଅଭିଯୋଗ କରିଥିଲେ l

ଏ ଖବର ବି ପଢ଼ନ୍ତୁ:- ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍‌ରେ ପର୍ଦ୍ଦାଫାଶ, କିଙ୍ଗ୍‌ପିନ୍ ସହ ଧରାପଡ଼ିଲେ ୪ ଗ୍ରାହକ

ସୋର ପୋଲିସ ଅଭିଯୋଗ ପାଇ ମାମଲା ରୁଜୁ କରି ତଦନ୍ତ କରିଥିଲା l ସେହି ମାମଲାରେ ଗୁରୁବାର ସୋର ଏଡିଜେ କୋର୍ଟର ବିଚାରପତି ମିନାକ୍ଷୀ ଦାସ ଉଭୟ ପକ୍ଷରୁ ୧୮ ଜଣ ସାକ୍ଷ୍ୟ ଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୋଷୀ ସ୍ଵାମୀ ସନ୍ତୋଷ, ଶାଶୁ ସଞ୍ଜୁମଣୀ ଓ ଶ୍ବଶୁର ବିନୋଦକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି l ବିଚାରପତି ଶ୍ରୀମତୀ ଦାସ  ଦଫା ୪୯୮(ଏ) ମୂଳେ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା, ଏହା ଅନାଦେୟ କଲେ ୪ ମାସ ଅଧିକ ଜେଲ୍ ଦଣ୍ଡ, ୪ ଡିପି ଆକ୍ଟ ଅନୁସାରେ ସଶ୍ରମ କାରାଦଣ୍ଡ ୨ବର୍ଷ, ୫ ହଜାର ଟଙ୍କା ଜରିମାନା ଅନାଦେୟ କଲେ ୪ ମାସ ଅଧିକ ଜେଲ୍ ଦଣ୍ଡ ଓ ୩୦୪ ବି ଯୌତୁକ ଜନିତ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି l ସରକାରଙ୍କ ତରଫରୁ କ୍ୟାଡର ଓକିଲ ରତନ କୁମାର ସିଂ, ପ୍ରହଲ୍ଲାଦ ପତି, କାହ୍ନୁ ଚରଣ ବେହେରା ମାମଲା ପରିଚାଳନା କରିଥିଲେ l ରାୟ ପ୍ରକାଶ ପରେ ୩ ଅଭିଯୁକ୍ତଙ୍କୁ ସୋର ସବ୍‌ ଜେଲ୍‌କୁ ପଠାଯାଇଛି l