ରାଜଧାନୀରେ ପୁଣି ଲଜ୍ଜା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଷ୍କର୍ମକାରୀ ଗିରଫ

NEWS7
one-arrested-for-sharing-nude-photos-on-mobile

ଭୁବନେଶ୍ବର ୧୨।୧୨: ରାଜଧାନୀରେ ପୁଣି ଲଜ୍ଜା । ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇ ମହିଳା ଥାନା ପୋଲିସ ଏକ ମାମଲା ରୁଜୁ କରି ଦୁଷ୍କର୍ମକାରୀକୁ ଗିରଫ କରିଛି ମହିଳା ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା'ଙ୍କ ସହ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ବାପା-ମା’ କାମକୁ ଯିବା ପରେ ଘରେ ଝିଅକୁ ଏକୁଟିଆ ରହୁଥିଲା । ଗତ ୪ ତାରିଖରେ ଉକ୍ତ ଅଞ୍ଚଳରେ ପାନ ଦୋକାନ କରିଥିବା ନରେଶ ନାମକ ଜଣେ ଯୁବକ ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ନାବାଳିକା ଜଣକ ପାଟି କରିବାରୁ ନରେଶ ଧମକ ଚମକ ଦେଇଥିଲା । କାମରୁ ଫେରି ଝିଅ କାନ୍ଦୁଥିବା ଓ ତା'ର ରକ୍ତସ୍ରାବ ହେଉଥିବା ଦେଖି ତାକୁ ପଚରାଉଚରା କରିଥିଲେ । ନାବାଳିକା ଜଣଙ୍କ ବାପା-ମା'ଙ୍କ ଆଗରେ ସବୁକଥା କହିଥିଲେ । ବାପା-ମା’ ଝିଅକୁ ଧରି ମହିଳା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ମହିଳା ଥାନା ପୋଲିସ ମାମଲା ରୁଜୁ କରିବା ସହ ପ୍ରଥମେ ନାବାଳିକାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।