LIVE TV
LIVE TV

ଆମାଜନ ଓ ଫ୍ଲିପକାର୍ଟ ଏବେ ବାଣ୍ଟିବେ ଋଣ, ସାଧାରଣ ଗ୍ରାହକ ଓ ଛୋଟ ବ୍ୟବସାୟୀଙ୍କୁ ମିଳିବ ସୁବିଧା

NEWS7
one-arrested-for-hunting-blackbuck-in-sanakhemundi

ନୂଆଦିଲ୍ଲୀ ୨୮।୧୧: ଆମାଜନ ଓ ଫ୍ଲିପକାର୍ଟ ଏବେ ଫାଇନାନ୍ସିଆଲ ମାର୍କେଟରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ । ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଏବେ ଉଭୟ ପ୍ଲାଟଫର୍ମ ଲୋନ ବିତରଣ କରିବାକୁ ବ୍ୟବସ୍ଥା କରୁଛନ୍ତି। ଏଥିରେ ଆମାଜନ ଭାରତରେ ଛୋଟ ବିଜନେସ୍ କୁ ଆର୍ଥିକ ସମର୍ଥନ କରିବାକୁ ଯୋଜନା କରିଥିବା ବେଳେ ଫ୍ଲିପକାର୍ଟ ଏବେ କିଣନ୍ତୁ ଓ ପରେ ପୈଠ କରନ୍ତୁ (ବିଏନପିଏଲ) ଯୋଜନା ନେଇ ବିଚାର କରୁଛି।

ଆମାଜନ ଚଳିତବର୍ଷ ପ୍ରାରମ୍ଭରେ ବେଙ୍ଗାଲୁରୁର ନନବ୍ୟାଙ୍କ ଲେଣ୍ଡର ଆକ୍ସିଓ କୁ କ୍ରୟ କରିଥିଲା। ଏବେ ବିଏନପିଏଲ ଓ ପର୍ସନାଲ ଲୋନ ଉପରେ ଫୋକସ କରୁଥିବା ଏକ୍ସିଓ ପୁଣି ଛୋଟ ବିଜନେସ୍ କୁ କ୍ରେଡିଟ୍ ଦେବା ଆରମ୍ଭ କରିବ ଓ କ୍ୟାସ୍ ମ୍ୟାନେଜମେଣ୍ଟ ସଲ୍ୟୁସନ ମଧ୍ୟ ଆରମ୍ଭ କରିବ। ଆମାଜନ ପେମେଣ୍ଟସ୍ ର ଭାଇସ୍ ପ୍ରେସିଡେଣ୍ଟ ମହେନ୍ଦ୍ର ନେରୁରକର କହିଛନ୍ତି ଯେ କମ୍ପାନୀ ବ୍ୟବସାୟୀ ଓ ଛୋଟ ବିଜନେସ୍ ଲାଗି ‘ଖାସ ଋଣ ଦେବା ନିମନ୍ତେ ଉପାୟ ଡିଜାଇନ କରିବ’। ଏହା ଦ୍ୱାରା କ୍ୟାସ୍ ଫ୍ଲୋ ମ୍ୟାନେଜମେଣ୍ଟକୁ ଉନ୍ନତ କରିବା ସହ କ୍ୟାପିଟାଲ ହାସଲ କରିବାରେ ସୁବିଧା ହେବ।

ଫ୍ଲିପକାର୍ଟ ଯେଉଁଥିରେ ୱାଲମାର୍ଟର ୮୦% ଭାଗିଦାରୀ ରହିଛି ଗତ ମାର୍ଚ୍ଚରେ ତାର ନନ ବ୍ୟାଙ୍କ ଲେଣ୍ଡିଂ ବ୍ରାଞ୍ଚ ‘ଫ୍ଲିପକାର୍ଟ ଫାଇନାନ୍ସ’କୁ ରେଜିଷ୍ଟର କରାଇଛି ଓ ନିଜର ବିଜନେସ୍ ପ୍ଲାନ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମଞ୍ଜୁରୀକୁ ଅପେକ୍ଷା କରିଛି। ଏଥି ପାଇଁ କମ୍ପାନୀ ଫାଇଲିଂରେ ଦୁଇ ପ୍ରକାରର ପ୍ଲାନ ଦେଖାଇଛି। ଏଥିରେ ଅନଲାଇନ ସପର୍ସଙ୍କ ନିମନ୍ତେ ୩ରୁ ୨୪ ମାସ ନିମନ୍ତେ ବିନା କୌଣସି ମୂଲ୍ୟରେ ମନ୍ଥଲୀ ଇନଷ୍ଟାଲମେଣ୍ଟ ଲୋନ ଓ କଞ୍ଜ୍ୟୁମର ଡ୍ୟୁରେବଲ ନିମନ୍ତେ ବାର୍ଷିକ ୧୮୦-୨୬% ସୁଧହାରରେ ଲୋନ ଯୋଜନା ରଖିଛି।

କ୍ରେଡିଟ ବ୍ୟୁରୋ ସିଆରଆଇଏଫ ଅନୁସାରେ ଭାରତର କଞ୍ଜ୍ୟୁମର ଲୋନ ମାର୍କେଟ୍ ମାର୍ଚ୍ଚ ୨୦୨୦ରେ ପାଖାପାଖି ୮୦ ବିଲିୟନ ଡଲାରରୁ ବଢି ମାର୍ଚ୍ଚ ୨୦୨୫ ସୁଦ୍ଧା ପାଖାପାଖି ୨୧୨ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। କଞ୍ଜ୍ୟୁମର ଲୋନରେ ଅନସିକ୍ୟୋର୍ଡ ପର୍ସନାଲ ଲୋନ, କ୍ରେଡିଟ କାର୍ଡ ଓ କଞ୍ଜ୍ୟୁମର ଡ୍ୟୁରେବଲ ଲାଗି ଲୋନ ସାମିଲ ରହିଛି। ଆମାଜନ ଓ ଫ୍ଲିପକାର୍ଟ ଭାରତରେ ଏପରି ଆପସ୍ ଚଳାଉଛନ୍ତି ଯାହା ଦେଶରେ ୟୁପିଆଇ ପେମେଣ୍ଟ ପାଇଁ ଉପଯୋଗ ହେଉଥିବା ଟପ ୧୦ ପ୍ଲାଟଫର୍ମରେ ସାମିଲ ରହିଛି।