LIVE TV

ଗଜପତି ଜିଲ୍ଲାରେ ବନ୍ଧୁକ ତିଆରି କାରଖାନା ଠାବ : ୧୨ ଦେଶୀ ବନ୍ଧୁକ ଜବତ, ୨ ଗିରଫ

NEWS7
old-sadhu-is-performing-austerity-between-the-fire-in-lakhimpur

ମୋହନା୧୦: ଗଜପତି ଜିଲ୍ଲା ଅଡବା ଥାନା ଗlଲାପାଜୁ ଗାଁରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୋଲିସ l ଏହି ବନ୍ଧୁକ କାରଖାନା ଠାବ ସହ ୧୨ଟି ଦେଶୀ ବନ୍ଧୁକ ଜବତ ହୋଇଛି l ଏହି ଘଟଣାରେ ୨ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ଗlଲାପାଜୁ ଗାଁର ଘନଶ୍ୟାମ ପ୍ରଧାନ ଓ ଚିହୁରିପଦର ଗାଁର ହରିଶ୍ଚନ୍ଦ୍ର ମଲିକ l ଘନଶ୍ୟାମ ଗlଲାପାଜୁ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରୁଥିଲା ବୋଲି ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା l

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମୋହନା ଥାନା ଚିହୁରିପଦର ଗାଁ ନିକଟରେ ପାଟ୍ରୋଲିଂ କରୁଥିଲା ମୋହନା ପୋଲିସ l ଏହି ସମୟରେ ସେହି ଗାଁର ହରିଶ୍ଚନ୍ଦ୍ର ୨ଟି ଦେଶୀ ବନ୍ଧୁକ ଧରି ରାସ୍ତାରେ ଯାଉଥିଲା l ଏହି ସମୟରେ ପୋଲିସ ତାକୁ ଅଟକ ରଖି ତଦନ୍ତ କରିଥିଲା ପୋଲିସ l ତଦନ୍ତ ପରେ ହରିଶ୍ଚନ୍ଦ୍ର ଗlଲାପlଜୁ ଗାଁର ଘନଶ୍ୟାମଙ୍କ ଠାରୁ ବନ୍ଧୁକ କିଣିଥିବା କହିଥିଲେ l ଏହାପରେ ପୋଲିସ ଗlଲାପାଜୁ ଗାଁରେ ଚଢ଼ାଉ କରି ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି l