NCERT ବହିରୁ ହଟିବ ବିବାଦୀୟ ଅଧ୍ୟାୟ : ନ୍ୟାୟପାଳିକାରେ ଦୁର୍ନୀତି ଚାପ୍ଟରକୁ ନେଇ ବର୍ଷିଥିଲେ ସୁପ୍ରିମକୋର୍ଟ

NEWS7
old-man-died-at-voting-booth-in-sanakhemundi-of-ganjam

ନୂଆଦିଲ୍ଲୀ, ୨୫/୦୨: ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଏନସିଇଆରଟିର ୟୁ ଟର୍ଣ୍ଣ । ଅଷ୍ଟମ ଶ୍ରେଣୀ ବହିରୁ ହଟାଇବ ବିବାଦୀୟ ଚାପ୍ଟର । ନ୍ୟାୟପାଳିକାଙ୍କ ଦୁର୍ନୀତି ସମ୍ବନ୍ଧୀୟ ଚାପ୍ଟରକୁ ଏନସିଇଆରଟି ହଟାଇଦେବ ବୋଲି ସୂଚନା ମିଳିଛି । କାରଣ ଅନଲାଇନରେ ଉପଲବ୍ଧ ଅଷ୍ଟମ ଶ୍ରେଣୀର ବହିକୁ ସଂସ୍ଥା ହଟାଇ ଦେଇଥିବା ଜଣାପଡିଛି ।

ବିବାଦରେ ବହି

ବୁଧବାର ଏନସିଇଆରଟିର ଅଷ୍ଟମ ଶ୍ରେଣୀ ବହିର କିଛି ଚାପ୍ଟରକୁ ନେଇ ବିବାଦ ବଢିଥିଲା । ଏଥିରେ କୋର୍ଟରେ କେତେ ମାମଲା ବିଚାରାଧୀନ ଅଛି ଏବଂ ନ୍ୟାୟପାଳିକାରେ ଦୁର୍ନୀତିର ସମସ୍ୟା କିପରି ବ୍ୟାପି ଚାଲିଛି ସେନଇ ଉଲ୍ଲେଖ ରହିଛି । NCERT ଦ୍ୱାରା ନାଗରିକ ବିଜ୍ଞାନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଧ୍ୟାୟରେ ଏହି ଜିନିଷଗୁଡ଼ିକ ନ୍ୟାୟପାଳିକା ଉପରେ ଉଲ୍ଲେଖ କରାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, କୌଣସି ବି ସଂସ୍ଥାକୁ ବଦନାମ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।

ପ୍ରଧାନ ବିଚାରପତି ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରି ପ୍ରକାଶ କରିଥିଲେ, ମୁଁ କୌଣସି ବି ସଂସ୍ଥାକୁ ବଦନାମ କରିବା ପାଇଁ ଅନୁମତି ଦେବି ନାହିଁ । ଆଇନ ନିଜ କାମ କରିବ । ଏହି ମାମଲାରେ ବରିଷ୍ଠ ଓକିଲ କପିଲ ସିବ୍ବଲ କୋର୍ଟଙ୍କୁ କହିଥିଲେ, ଏନସିଇଆରଟି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ଦୁର୍ନୀତି ବାବଦରେ ପଢାଉଛି । ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଅଟେ ।

ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ସିଜେଆଇ କହିଥିଲେ, "ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ପ୍ରୟାସ ପରି ମନେ ହେଉଛି । ମୁଁ ଏହା ବ୍ୟତୀତ ଆଉ କିଛି କହିବାକୁ ଚାହୁଁନାହିଁ ।" ଏହା ବ୍ୟତୀତ, ସିଜେଆଇ କପିଲ ସିବ୍ବଲ ଏବଂ ସିଂଘଭିଙ୍କୁ ଏହି ମାମଲାକୁ ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ ଧନ୍ୟବାଦ ଜଣାଇଥିଲେ ।

ଆଇନଜୀବୀଙ୍କ ବିରୋଧ

ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ବିକାଶ ସିଂ ମାମଲାକୁ ନେଇ ନେତାଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ ଦାବି କରିଛନ୍ତି ଯେ, ୪୦ ପ୍ରତିଶତ ନେତା ଅପରାଧିକ ପୃଷ୍ଠ ଭୂମିରୁ ଆସିଛନ୍ତି।ବିକାଶ ସିଂ କହିଛନ୍ତି, ଏନସିଇଆରଟିର ପୁସ୍ତକରେ ନ୍ୟାୟପାଳିକାକୁ ନେଇ ଚାପ୍ଟର ରଖାଯିବ ଆଶ୍ଚର୍ଯ୍ୟ ଲାଗୁଛି। ପୁସ୍ତକ ପିଲାଙ୍କୁ ଆମ ସମାଜ ବିଷୟରେ ଶିଖାଇବା ପାଇଁ ରହିଥାଏ। ଯଦି ସେମାନେ ବାସ୍ତବରେ ଶିଖାଇବାକୁ ଚାହାନ୍ତି ତେବେ ଏହା ଉପରେ ଧ୍ୟାନ ଦେବା ଉଚିତ୍ ଯେ, ପ୍ରାୟ ୪୦ ପ୍ରତିଶତ ନେତା ଅପରାଧିକ ପୃଷ୍ଠ ଭୂମିରୁ ଆସିଛନ୍ତି। ଦେଶ ସ୍ଵାଧୀନ ହେବା ପରେ ଦେଶ ରାଜନୀତି ଏମିତି ଦିଗରେ ଗତି କରିବ ବୋଲି ଆମେ କେବେ ବି ଚିନ୍ତା କରି ନ ଥିଲୁ। ଭାରତରେ ଯିଏ ଶାସନ କରୁଛି, ସେ ଖୋଦ୍ ଆଇନ ଭାଙ୍ଗୁଛି। ମାତ୍ର ନ୍ୟାୟପାଳିକାରେ ଦୁର୍ନୀତି ବିଷୟରେ କଥା ହେବା, ମୋତେ ଲାଗୁଛି ବାସ୍ତବରେ ଏହା ସମ୍ବିଧାନକୁ ଦୁର୍ବଳ କରୁଛି।