ଚୁପ୍ ବସିବନି ତାଲିବାନ, ପାକିସ୍ତାନ ଉପରେ କରିପାରେ ଭୟଙ୍କର ଆକ୍ରମଣ : ଏସିଆରେ ବଡ ଯୁଦ୍ଧ !

NEWS7
odisha-to-host-commonwealth-table-tennis-championships-in-july

ବେଙ୍ଗାଲୁରୁ, ୨୨/୦୨: ଆଫଗାନିସ୍ତାନରେ ପଶି ଆକ୍ରମଣ କରିଛି ପାକିସ୍ତାନ । ଆଫଗାନ୍ ସୀମାରେ ବୋମାମାଡ କରିଛି । ଅନେକ ମଦ୍ରାସା ନଷ୍ଟ ହୋଇଛି । ୨୦ରୁ ଅଧିକ ନାଗରିକ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ତାଲିବାନ ସରକାର ଖପ୍ପା । ଏହାର ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି ଆଫଗାନ୍ ସରକାରର ମୁଖପାତ୍ର ଜବୀଉଲ୍ଲାହ ମୁଜାହିଦ ।

ମୁଜାହିଦ କହିଛନ୍ତି ଯେ, ପାକିସ୍ତାନ ଆଫଗାନିସ୍ତାର ସୀମାରେ ଅନୁପ୍ରବେଶ କରିଛି । ବେଆଇନ ଭାବେ ଏୟାର ଷ୍ଟ୍ରାଇକ୍ କରିଛି । ନାଙ୍ଗରହାର ଏବଂ ପକ୍ତିକାରେ ବୋମାମାଡ କରିଛି ପାକ୍ ସେନା । ଏଥିରେ ମହିଳା ଏବଂ ଶିଶୁ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ଜେନେରାଲ ଏପରି ଅପରାଧ ଘଟାଇ ନିଜ ଦେଶର ସୁରକ୍ଷାରେ ଥିବା ତ୍ରୁଟିକୁ ଭରଣା କରୁଛନ୍ତି । ଗୋଟିଏ ପରିବାରର ୧୯ ଜଣଙ୍କୁ ପାକିସ୍ତାନ ହତ୍ୟା କରିଛି । ଯାହା ଗ୍ରହଣୀୟ ନୁହେଁ ।

ଏହି ଖବରଟି ପଢନ୍ତୁ... ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ବିଧାୟକ, ଧରି ପକାଇଲା ଲୋକାୟୁକ୍ତ ପୋଲିସ

ତାଲିବାନର ସୂତ୍ରାନୁସାରେ, ଏବେ କ୍ଷୟକ୍ଷତିର ଯାଞ୍ଚ କରାଯାଉଛି । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାକିସ୍ତାନ ଆଫଗାନିସ୍ତାନ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି । ଏହା ବିରୋଧରେ ଜବାବ ଦେବାକୁ ଆଫଗାନିସ୍ତାନର ଅଧିକାର ରହିଛି । ସେମାନେ ସଠିକ ସମୟରେ ସଠିକ ପଦକ୍ଷେପ ନେବେ ।

ତାଲିବାନର ବୈଠକ

ଏୟାରଷ୍ଟ୍ରାଇକ୍ ପରେ ତାଲିବାନର ବରିଷ୍ଠ ଅଧିକାରୀ ଜରୁରୀ ବୈଠକ ଡାକିଛନ୍ତି । କାବୁଲ ଏବଂ କାନ୍ଦାହାର ପ୍ରାନ୍ତରେ ବୈଠକ ହେବ । କାବୁଲ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନେବ । ଯାହା ଖୁବ୍ ଭୟଙ୍କର ହେବ ବୋଲି ସୂଚନା ମିଳୁଛୁ ।