LIVE TV

ସୁଖୋଇ ପରେ ରାଫେଲରେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ୱାଗତ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି

NEWS7
odisha-police-worker-association-threatens-agitation

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଅମ୍ୱାଲାର ଏୟାର ଫୋର୍ସ ଷ୍ଟେସନ ପହଞ୍ଚିବେ । ଏହାକୁ ନେଇ ଏୟାର ଫୋର୍ସ ଷ୍ଟେସନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ରାଷ୍ଟ୍ରପତି ମୁର୍ମୁ ଅମ୍ୱାଲା ଏୟାରବେସରୁ ହିଁ ଲଢୁଆ ବିମାନ ରାଫେଲରେ ଉଡାଣ ଭରିବେ ବୋଲି ତାଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ସେ ସୁଖୋଇ ଫାଇଟର୍ ଜେଟ୍‌ରେ ବି ଉଡାଣ ଭରିଥିଲେ ।

ଲଢୁଆ ବିମାନ ରାଫେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଐତିହାସିକ ଉଡାଣକୁ ଭାରତୀୟ ବାୟୁସେନା ପାଇଁ ଗର୍ବ ଓ ଦେଶର ମହିଳାଙ୍କ ପାଇଁ ପ୍ରେରଣା ରୂପେ ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୨୩ ଏପ୍ରିଲ୍ ୮ରେ ଆସାମର ତେଜପୁର ଏୟାରବେସରେ ସୁଖୋଇ-୩୦ ଏମ୍‌କେଆଇରେ ଉଡାଣ ଭରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏୟାର ଚିଫ୍ ମାର୍ଶଲ୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୂରା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

​​​​​​​ଉଲ୍ଲେଖଯୋଗ୍ୟ ଯେ ଦେଶର ରଣନୀତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏୟାରବେସ୍ ମଧ୍ୟରୁ ଗୋଟିଏ ଅମ୍ୱାଲା ଏୟାର ଫୋର୍ସ ଷ୍ଟେସନ, ଏହି ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ଅଛି । ବାୟୁସେନାର ଅଧିକାରୀ ଓ ବୈଷୟିକ ଟିମ୍ ରାଫେଲର ସମସ୍ତ ଫ୍ରି-ପ୍ଲାଇଟ୍ ଯାଞ୍ଚ ଶେଷ କରିସାରିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଏୟାରବେସକୁ ସଜାଯାଇଛି ।