LIVE TV

ପ୍ରକାଶ ପାଇଲା OTET ପରୀକ୍ଷା ଫଳ, ମୋଟ ପାସ ହାର ୬୬.୫୦%

NEWS7
odisha-high-court-seeks-report-on-man-hole-tragedy

ନୂଆଦିଲ୍ଲୀ ୧୫/୧୧: ପ୍ରକାଶ ପାଇଛି OTET ୨୦୨୫ ପରୀକ୍ଷା ଫଳ । ମୋଟ ପାସ ହାର ରହିଛି ୬୬. ୫୦ ପ୍ରତିଶତ । ପରୀକ୍ଷା ଦେଇଥିଲେ ୭୨ ହଜାର୪୧୩ ପରୀକ୍ଷାର୍ଥୀପାସ କରିଛନ୍ତି ୪୮ ହଜାର ୧୫୩ ଜଣ । ୪୮,୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାସ୍ ହୋଇଛନ୍ତି । ଗତ ସେପ୍ଟେମ୍ବର ୨୭ରେ ହୋଇଥିଲା ପରୀକ୍ଷା । ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ବାତିଲ ହୋଇଥିଲା ପରୀକ୍ଷା । ବହୁ ବିବାଦ ପରେ ସେପ୍ଟେମ୍ୱର ୨୭ରେ ହୋଇଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ।

​​​​​​​

ସୂଚନା ଥାଉକି, ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩୦୦ ପୃଷ୍ଠାର ଚାର୍ଜସିଟରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ କଳାକାରନାମାର ଚିଠା ରଖିଛି । ପରୀକ୍ଷା ଲାଗି କେମିତି ପ୍ରଶ୍ନପତ୍ର ଲାପଟପରୁ ଚୋରି ହେଲା? ତତ୍କାଳୀନ ଉପସଭାପତି ନିହାର ମହାନ୍ତିଙ୍କ ଲାପଟପକୁ ଡିଟିପି ଅପରେଟର ଜିତନ ମହାରଣା ଚଳାଇବାରେ କେମିତି ସକ୍ଷମ ହେଲା? ଜିତନ ଷଡ଼ଯନ୍ତ୍ର କରି ପ୍ରଶ୍ନପତ୍ର କିଭଳି ପଠାଇଲା? ପ୍ରଶ୍ନପତ୍ର କିଭଳି ଭାଇରାଲ ହେଲା? ଅନୁସନ୍ଧାନ କରି ସେ ସବୁର ତଥ୍ୟ ଚାର୍ଜସିଟରେ ଲେଖାଯାଇଛି ।

କେଳେଙ୍କାରୀ ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି ।୭ ରୁ ଅଧିକ ଜିଲ୍ଲାରେ ଏହି କେଳେଙ୍କାରୀର ଲିଙ୍କ୍ ସାମ୍ନାକୁ ଆସିଥିଲା। ହେଲେ ଏବେବି ଅନେକ ଦଲାଲ, ଶିକ୍ଷକ ନେତା କ୍ରାଇମ ବ୍ରାଞ୍ଚ କବଜା ବାହାରେ ରହିଛନ୍ତି । ତାଲିକା ଥିଲେ ବି କ୍ରାଇମବ୍ରାଞ୍ଚ କାହିଁକି ସେମାନଙ୍କ ପାଖରେ ପହଞ୍ଚି ପାରୁନି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 ତେବେ ପରୀକ୍ଷା ଲାଗି ଫର୍ମ ଫିଲପ କରିଥିଲେ, ୭୫ ହଜାର ୪୦୪ ଜଣ। ଏଥର otet ପରୀକ୍ଷା ୨ ଦୁଇ ଥର ବାତିଲ ହୋଇଥିଲା। ଏବଂ ପ୍ରଶପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚାରେ ଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ଲିକ ମାମଲାରେ ପରିଷଦର ଉପ ସଭାପତିଙ୍କ ସମେତ ଅନେକ ଅସାଧୁ କର୍ମଚାରୀ ଓ ଶିକ୍ଷକ ଗିରଫ ହୋଇଛନ୍ତି।