ଶୀତରେ ଥରୁଛି ସାରା ରାଜ୍ୟ, ୧୦ ଡିଗ୍ରୀ ତଳେ ୧୩ ସହରର ପାରଦ

NEWS7
odisha-govt-announced-that-966-schools-will-close

ଭୁବନେଶ୍ୱର ୨୯।୧୨ : ଶୀତରେ ଥରୁଛି ପୁରା ରାଜ୍ୟ । ଜି. ଉଦୟଗିରିରେ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଯାଇଛି। ୧୩ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ତେବେ ନୂଆବର୍ଷ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଜି. ଉଦୟଗିରିରେ ରାତି ତାପମାତ୍ରା ୩.୫ ଡିଗ୍ରୀ ରହିଥିଲା। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଝାରସୁଗୁଡ଼ା, ରାଉରକେଲା ଓ କୋରାପୁଟରେ ୭, ସେମିଳିଗୁଡ଼ାରେ ୭.୫, କିରେଇରେ ୮.୩, ନବରଙ୍ଗପୁରରେ ୮.୫ ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେହିପରି ସୋମବାର ଫୁଲବାଣୀରେ ୭ ଡିଗ୍ରୀ, କୋରାପୁଟ, ଝାରସୁଗୁଡ଼ା ଓ ରାଉରକେଲାରେ ୮ ଓ ନବରଙ୍ଗପୁରରେ ୯ ଡିଗ୍ରୀ ରହିପାରେ। ମଙ୍ଗଳବାର ଭଦ୍ରକ, ବାଲେଶ୍ଵର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ରେରେ ଘନ କୁହୁଡ଼ି ଦେଖଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ। କନ୍ଧମାଳ ଜିଲ୍ଲାରେ ଶୀତ କଲବଲ କଲାଣି। ବିଶେଷ କରି ଜି. ଉଦୟଗିରିରେ ଜାରି ରହିଛି ଶୀତ। କୋହଲା ପବନ ଶୀତ କୁ ଦ୍ବିଗୁଣିତ କରିଛି। ଏପଟେ ଜିଲ୍ଲା ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି କନ୍ଧମାଳକୁ।