ବଢ଼ିଲା ଭକ୍ତ ନିବାସର ପାର୍କିଂ ଫି’, ଏଣିକି ଗାଡ଼ି ରଖିଲେ ଦେବାକୁ ଦେବେ ୫ ଶହ

NEWS7
odisha-cm-not-to-celebrate-holi-in-memory-of-pulwama-martyrs

ପୁରୀ ୦୮/୦୧: ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତ ନିବାସର ପାର୍କିଂ ଫି ବଢିଲା। ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ। ଏଥିରେ ୧୮ ପ୍ରତିଶତ ଜିଏସଟି ରହିଛି। କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତ ନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ। 

​​​​​​​

ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୁରୀରେ ଥିବା ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଚାରୋଟି ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି କରାଯାଇଛି । ପ୍ରତି ଚାରିଚକିଆ ଯାନ ପିଛା ୫ଶହ ଟଙ୍କା ସହିତ ଅତରିକ୍ତ ୮ ପ୍ରତିଶତ ଜିଏସଟି ମିଶାଇ ଟଙ୍କା ପଇଠ କରିବାକୁ ପଡିବ । ଯେକୌଣସି ଭକ୍ତ ଶ୍ରଦ୍ଧାଳୁ ଯଦି ନିଜ ଚାରିଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ଚାରୋଟି ଭକ୍ତ ନିବାସରେ ପାର୍କିଂ କରୁଛନ୍ତି । 

ତେବେ ସେମାନଙ୍କୁ ଏହି ଅର୍ଥ ଦେବାକୁ ପଡିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇନଥିବା ବେଳେ କିଭଳି ଏମିତି ନିଷ୍ପତ୍ତି ନିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।