ବ୍ୟାଙ୍ଗକକ୍ ବିମାନବନ୍ଦରରେ ଭାରତୀୟ ଅଟକ, ବ୍ୟାଗରୁ ବାହାରିଲା ବିଶ୍ୱର ଦୁଇଟି ବିରଳ ମାଙ୍କଡ

NEWS7
odisha-budget-2019-20-highlights

ନୂଆଦିଲ୍ଲୀ, ୧୬/୦୨ : ବ୍ୟାଙ୍ଗକକ୍ ବିମାନବନ୍ଦରରେ ଭାରତୀୟ ଅଟକ । ଜଣେ ଭାରତୀୟ ପର୍ଯ୍ୟଟକଙ୍କୁ ଅଟକ ରଖିଲେ କଷ୍ଟମ୍ ଅଧିକାରୀ । ତଲାସି କଲେ ବ୍ୟାଗ୍ । ଆଉ ବ୍ୟାଗ୍ ରୁ ଯାହା ବାହାରିଲା ତାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି ।

ରିପୋର୍ଟ ଅନୁସାରେ, ଜଣେ ଭାରତୀୟ ପର୍ଯ୍ୟଟକ ବ୍ୟାଙ୍ଗକକ୍ ଗସ୍ତ କରିଥିଲେ । ଗତ ଫେବ୍ରୁଆରୀ ୩ ତାରିଖରେ ସେଠାରୁ ଭାରତ ଫେରିବା ପାଇଁ ସେ ବିମାନ ବନ୍ଦରରେ ପହଁଚିଥିଲେ । ହେଲେ ତାଙ୍କ ଆଚରଣ ନେଇ କଷ୍ଟମ୍ ଅଧିକାରୀ ସନ୍ଦେହ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ତଲସୀ ଅଭିଯାନ । ତଲାସୀ ବେଳେ ବ୍ୟାଗରୁ ଦୁଇଟି ମାଙ୍କଡ ବାହାରିଥିଲା । ଏହି ଦୁଇଟି ମାଙ୍କଡ ସାଧାରଣ ମାଙ୍କଡ ନୁହେଁ ବରଂ ବିଲୁପ୍ତ ହେବାକୁ ଯାଉଥିବା ମାଙ୍କଡ ପ୍ରଜାତି । ଯାହାକୁ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି ।

ଆହୁରି ମଧ୍ୟ ଜଣାପଡିଛି ୟେ, ସେ ନିଜ ବ୍ୟାଗରେ ମାଙ୍କଡ ଦୁଇଟିକୁ ଭାରତ ଆଣୁଥିଲେ । ଏହି ବ୍ୟାଗରେ ତାଙ୍କର ଅନ୍ୟ ସାମଗ୍ରୀ ରହିଥିଲା । ଉଦ୍ଧାର ହୋଇଥିବା ଦୁଇ ମାଙ୍କଡର ଦାମ୍ ୩ ଲକ୍ଷ ଟଙ୍କାର ଅଧିକ ହେବ ।

ବିମାନ ବନ୍ଦରର କଷ୍ଟମ୍ ଅଧିକାରୀ ସାଣ୍ଟାନି ଫାଇରାଟାନାକର୍ଣ୍ଣ କହିଛନ୍ତି ଯେ, ଅଟକ ବ୍ୟକ୍ତିଙ୍କ ବ୍ୟାଗରୁ ଦୁଇଟି ମାଙ୍କଡ ଉଦ୍ଧାର ହୋଇଛି । ବ୍ୟକ୍ତିଙ୍କୁ ଅଧିକ ପଚରାଉଚରା କରାଯାଉଛି । ଉଦ୍ଧାର ମାଙ୍କଡର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଜଙ୍ଗଲରେ ଛାଡି ଦିଆଯାଇଛି ।

ସୂଚନାଯୋଗ୍ୟ, ଉଦ୍ଧାର ହୋଇଥିବା ମାଙ୍କଡ ହେଉଛି ଇଣ୍ଡୋଚାଇନିଜ୍ ଲୁଟୁଙ୍ଗ୍ । ଏହାକୁ କେବଳ ଥାଇଲାଣ୍ଡ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ସୁରକ୍ଷା ମିଳିଛି । ଏହାର କାରବାର ଏବଂ ଚାଲାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି । ଯାହାର ଖିଲାପ କଲେ ଜରିମନା ସହ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ ।