ଟ୍ରେନ୍‌ ଧକ୍କାରେ ୮ ହାତୀ ମୃତ, ଗଜରାଜଙ୍କୁ ଚାପିଦେଲା ଲୌହଦାନବ

NEWS7
odisha-assembly-house-adjourned-till-4-pm-2

ଆସାମ ୨୦/୧୨ : ବିପଦରେ ଗଜରାଜ । ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ଆସାମ ହୋଜାଇ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାତୀକୁ ଧକ୍କା ଦେଇ ଟ୍ରାକ୍ରୁ ଖସିଲା ୫ଟି ବଗି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ ।

ସୂଚନା ଥାଉକି, ଆସାମରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଜମୁନାମୁଖ ଜିଲ୍ଲାର ସାନରୋଜା ଅଞ୍ଚଳରେ ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲଙ୍କୁ ଧକ୍କା ଦେଇଥିଲା । ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ହାତୀ ପଲ ରେଳ ଟ୍ରାକ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।

ଘଟଣାସ୍ଥଳରେ ହିଁ ଆଠଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଆଉ କିଛି ହାତୀ ଆହତ ବି ହୋଇଛନ୍ତି । ଦୁର୍ଘଟଣା ପରେ, ଏହି ରୁଟରେ ଅନେକ ଟ୍ରେନ୍ ବାତିଲ କରାଯାଇଛି ଓ ଅନ୍ୟ ଟ୍ରେନ୍ ଗୁଡିକର ଗତି ପରିବର୍ତ୍ତନ କରାଯାଇଛି । ଜଣାପଡ଼ୁଛି ଯେ ଲୋକୋ ପାଇଲଟ୍ ହାତୀପଲକୁ ଦେଖି ଜରୁରୀକାଳୀନ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନ୍ ହାତୀ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ଏହି ଅଞ୍ଚଳଟି ଏକ ଜଙ୍ଗଲ ଅଞ୍ଚଳ, ତେଣୁ ହାତୀ ପଲ ବେଳେବେଳେ ଜଙ୍ଗଲରୁ ବାହାରି ରେଳ ଟ୍ରାକ ଭିତରକୁ ପ୍ରବେଶ କରନ୍ତି।