LIVE TV

ରେଭେନ୍ସା ଇଷ୍ଟ ହଷ୍ଟେଲରେ ଫୁଡ୍ ପଏଜନିଂରୁ ଝାଡ଼ାବାନ୍ତି, ୧୬ ଜଣ ଛାତ୍ର ଏସ୍‌ସିବିରେ ଚିକିତ୍ସିତ

NEWS7
nx-digital-druga-puja

କଟକ ୧୦: ରେଭେନ୍ସା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । ଇଷ୍ଟ ହଷ୍ଟେଲର ୧୬ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇସ୍‌ସିବିରେ ଭର୍ତ୍ତି ହୋଇଛନ୍ତି

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରେ ସମସ୍ତ ଆକ୍ରାନ୍ତଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା ତେବେ ସମସ୍ତ ଛାତ୍ରଙ୍କୁ ଫୁଡ୍ ପଏଜନିଂ ହୋଇଥିବା ନେଇ ସୂଚନା ମିଳିଛି । ଏସ୍‌ସିବି କାଜୁଆଲଟିରେ ସମସ୍ତଙ୍କ ଚିକିତ୍ସା  ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା  ସ୍ଥିର ରହିଛି । ମଙ୍ଗଳବାର ରାତିରେ ଏଭଳି ସ୍ଥିତି ଉପୁଜିବାରୁ ସମସ୍ତଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।