ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱ ରେକର୍ଡ, ଗୋଟିଏ ଓଭରରେ ୫ ବ୍ୟାଟରଙ୍କୁ ଆଉଟ୍ କଲେ ଏହି ବୋଲର

NEWS7
nusrat-jahan-did-durga-puja-on-pandal

ନୂଆଦିଲ୍ଲୀ, ୨୩/୧୨: ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ । ଗୋଟିଏ ଓଭରରେ ୫ ଓ୍ୱିକେଟ୍ । ଯାହା ଆଗରୁ କେବେ ହୋଇନଥିଲା ତାହା ସମ୍ଭବ ହୋଇଛି । କୌଣସି ବଡ ବଡ ଟିମ୍ ର ବୋଲର ନୁହେଁ ବରଂ ଇଣ୍ଡୋନେସିଆର ଜଣେ ବୋଲର ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଇଣ୍ଡୋନେସିଆର ଦ୍ରୁତ ବୋଲର ଗେଡେ ପ୍ରିୟାନ୍ଦନା ଅନ୍ତର୍ଜାତୀୟ ଟି୨୦ରେ ଗୋଟିଏ ଓଭରରେ ୫ଟି ଓ୍ୱିକେଟ୍ ନେଇଛନ୍ତି । କମ୍ବୋଡିଆ ବିପକ୍ଷରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଓଭରର ପ୍ରଥମ ତିନୋଟି ବଲରେ ସେ ହାଟ୍ରିକ୍ ନେଇଥିଲେ . ଏହାପରେ ପରବର୍ତ୍ତୀ ଦୁଇଟି ବଲରେ ଦୁଇ ଓ୍ୱିକେଟ୍ ନେଇ ମ୍ୟାଚ୍ ହିଁ ଶେଷ କରିଦେଇଥିଲେ । ଓଭରରେ କମ୍ବୋଡିଆ ମାତ୍ର ୧ ରନ୍ କରିପାରିଥିଲା ।

ରିପୋର୍ଟ ଅନୁସାରେ, ମୁକାବିଲାରେ ପ୍ରଥମେ ବ୍ୟାଚିଂ କରିଥିଲା ଇଣ୍ଡୋନେସିଆ । ଦଳ ୧୬୭ ରନ୍ କରିପାରିଥିଲା । ୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କମ୍ବୋଦିଆ ୧୫ ଓଭରରେ ୧୦୬ ରନ୍ କରିଥିଲା । ଦଳ ପାଖରେ ଆହୁରି ୫ ଓ୍ୱିକେଟ୍ ଥିଲା । ଅର୍ଥାତ ବିଜୟ ସମ୍ଭାବନା ରହିଥିଲା । ସେତେବେଳେ ଇଣ୍ଡୋନେସିଆ ଅଧିନାୟକ ଗେଡେଙ୍କୁ ବଲ୍ ଦେଇଥିଲେ । ଯାହା ତାଙ୍କର ପ୍ରଥମ ଓଭର ଥିଲା ।

ଓଭରର ପ୍ରଥମ ବଲରେ ସେ ଶାହ ଅବରାର ହୁସେନଙ୍କୁ ଆଉଟ୍ କରିଥିଲେ । ଏହାର ପରବର୍ତ୍ତୀ ଦୁଇଟି ବଲରେ ସେ ନିର୍ମଲଜିତ ସିଂ ଏବଂ ଚନ୍ଥୋଏନ୍ ରଥାନକଙ୍କ ଓ୍ୱିକେଟ୍ ନେଇଥିଲେ । ଚତୁର୍ଥ ବଲଟି ଡଟ୍ ରହିଥିଲା । ତେବେ ଶେଷ ଦୁଇଟି ବଲରେ ସେ ମୋଗଡାରା ,ସୋକ୍ ଏବଂ ପ୍ୟାଲ୍ ବେନ୍ନୋକଙ୍କୁ ପ୍ୟାଭିଲିୟନ ପଠା ଇତିହାସ ରଚିଥିଲେ ।

ଏହାସହ ୧୬ ତମ ଓଭରରେ କମ୍ବୋଡିଆ ମାତ୍ର ୧ ରନ୍ କରିପାରିଥିଲା । ଦଳ ବିଜୟଠୁ ୬୦ ରନ୍ ପଛରେ ରହି ମ୍ୟାଚ୍ ହାରିଯାଇଥିଲା ।