ଏୟାର ଇଣ୍ଡିଆ ବିମାନ ବାତିଲ ପରେ ହଙ୍ଗାମା, ୫୦ଜଣ ଯାତ୍ରୀ ଭୁବନେଶ୍ବରରୁ ଯାଇଥାନ୍ତେ ଦିଲ୍ଲୀ

NEWS7
nurses-enter-puri-srimandir-flaunting-covid-protocols

ଭୁବନେଶ୍ୱର ୧୯।୧୨ : ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା । ଏୟାର ଇଣ୍ଡିଆ ବିମାନ ବାତିଲ ପରେ ବିମାନ ବନ୍ଦର ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । କୁହୁଡ଼ି ପାଇଁ ଭୁବନେଶ୍ୱରରୁ ୩ଟି ବିମାନ ବାତିଲ କରାଯାଇଛି ବୋଲି ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

୫୦ ଜଣ ଯାତ୍ରୀ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥାନ୍ତେ । ସେଠାରୁ କନେଟିଂ ଫ୍ଲାଇଟ୍‌ରେ ଜେଦା ଯିବାର ଥିଲା । ହେଲେ କୁହୁଡ଼ି ଲାଗି ଭୁବନେଶ୍ୱରରୁ  ୩ଟି ବାତିଲ କରାଯାଇଥିଲା । ଯାହାପରେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଗସ୍ତ କରିବାକୁ ଥିବା ଯାତ୍ରୀଙ୍କ ପକ୍ଷରୁ ବିମାନବନ୍ଦର ପରିସରରେ ଉତ୍ତେଜନା ପ୍ରକାଶ କରାଯାଇଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।