ଡ୍ୟୁଟି ସାରି ଘରକୁ ଫେରୁଥିଲେ, ଥାନା ଅଧିକାରୀଙ୍କୁ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ

NEWS7
nuapada-12-hour-bandh-for-demanding-medical-college

ଅନୁଗୋଳ ୨୨।୧୨ : ଥାନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ । ଅନୁଗୋଳରେ ଜଣେ ଥାନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୋଳ ସାଇବର ଥାନାର ଥାନା ଅଧିକାରୀ ଖଲେଶ୍ବର ସେଠୀଙ୍କୁ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ହୋଇଛି।

ଖବର ଅନୁଯାୟୀ, ଗତ ୧୮ ତାରିଖରେ ଥାନାରୁ ଡ୍ୟୁଟି ସାରି ବାଇକରେ ଫେରୁଥିବା ବେଳେ ବୁଢ଼ୀଠାକୁରାଣୀ ଛକରେ ତାଙ୍କୁ ବସ ଚଢ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ପୋଲିସ ଅଧିକାରୀ ଜଣଙ୍କ ଘଟଣା ସମ୍ପର୍କରେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ଅନୁଗୋଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହି କିଏ ଓ କାହିଁକି ଏପରି ହତ୍ୟା ଉଦ୍ୟମ କରିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ଅନୁଗୋଳ ପୋଲିସ ।