'ରୋହିତ-ବିରାଟଙ୍କୁ ଖାସ୍ ଖେଳାଳି ଭାବୁ ବିସିସିଆଇ, ଦକ୍ଷତା ଉପରେ ନ କରାଯାଉ ପ୍ରଶ୍ନ' : ଚେତାଇଦେଲେ ବାଙ୍ଗର

NEWS7
nsg-team-examines-puri-jagannath-temple-security-arrangements

ନୂଆଦିଲ୍ଲୀ, ୦୮/୧୨:ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ନିଜ ବ୍ୟାଟରେ ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ଦୁଇ ଭେଟେରାନ୍ । ତେବେ ରୋ-କୋ ଆଗାମୀ ଦିନରେ ବିଜୟ. ହଜାରେ ଟ୍ରଫି ଖେଳିବା ନେଇ ଖବର ଆସୁଛି । ଏହା ମଧ୍ୟରେ ରୋ-କୋଙ୍କୁ ଦିନିକିଆ ଟିମରେ ସ୍ଥାନ ମିଳିବାକୁ ନେଇ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ଜବାବ ଦେଇଛନ୍ତି ସଞ୍ଜୟ ବାଙ୍ଗର ।

ବାଙ୍ଗର କହିଛନ୍ତି ଯେ, ବିସିସିଆଇ ରୋହିତ ଏବଂ ବିରାଚଙ୍କୁ ସ୍ବତନ୍ତ୍ର ଭାବେ ସମୟ ଦେବା ଦରକାର । କାରଣ ସେମାନଙ୍କକ୍ଷତାକୁ ସନ୍ଦେହ କରିବା ଅନୁଚିତ । ରୋହିତ ଏବଂ ବିରାଟଙ୍କୁ ନେଇ ପ୍ରଶ୍ନ କରିବା ଠିକ୍ ନୁହେଁ । ସେମାନେ ଦୀର୍ଘ ବର୍ଷ ହେବ କଣ କରିଛନ୍ତି ସେନେଇ ବିସିସିଆଇ ନଜର ଦେବା ଆବଶ୍ୟକ । ଉଭୟ ଖେଳାଳି ଦୁଇଟି ଫର୍ମାଟରୁ ଅବସର ନେଇ ସାରିଛନ୍ତି । ଏବେ କେବଳ ଦିନିକିଆ ଉପରେ ଫୋକସ କରୁଛନ୍ତି । ସେମାନେ ଯୁବ ଖେଳାଳିଙ୍କ ଭଳି ନିଜ ଦକ୍ଷତାପ୍ରମାଣକରିବାକୁ ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ଦରକାର ନାହିଁ । ସେମାନଙ୍କ ବ୍ୟାଟ୍ ସଦାବେଳେ ରନର ଭୋକରେ ରହିଥାଏ । ତେଣୁ ଉଭୟଙ୍କୁ ବିସିସିଆଇ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ଉଚିତ ।

ସେ ଆହୁରି କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ୩୮ବର୍ଷୀୟ ରୋହିତ ପ୍ରଥମ ମ୍ୟାଚରେ ୫୭ଏବଂ ଶେଷ ମୁକାବିଲାରେ ୭୫ରନ୍ କରିଥିଲେ । ୩୭ବର୍ଷୀୟ କୋହଲି ମଧ୍ୟ ତିନୋଟି ମ୍ୟାଚରେ ଯଥାକ୍ରମେ୧୩୫,୧୦୨ଏବଂ୬୫ରନ୍ ସ୍କୋର କରିଥିଲେ । ସେମାନଙ୍କ ଉପସ୍ଥିତି ଡ୍ରେସିଂ ରୁମର ମାହୋଲକୁ ପୁରା ବଦଳାଇଦିଏ । ଅନ୍ୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢିଥାଏ ।

ଆରସିବିର ବ୍ୟାଟିଂ କୋଚ୍ ଥିବା ସଞ୍ଜୟ ବିରାଟଙ୍କୁ ପାଖରୁ ଦେଖିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତର କ୍ଲିନ୍ ସୁଇପ୍ ହୋଇଯାଇଥିଲା । ତେଣୁ ଯୁବ ଖେଳାଳି ରୋ-କୋଙ୍କଠୁ ବ୍ୟାଟିଂ ବାବଦରେ ଅନେକ କିଛି କଥା ଜାଣିବା ଦରକାର । କେଉଁ ପରିସ୍ଥିତିରେ କେମିତି ଖେଳାଯିବ ତାହା ରୋ-କୋ ଭଲ ଭାବେ କହିପାରିବେ । ସେମାନଙ୍କ ପାଖରେ ଅନେକ ବର୍ଷର ଅଭିଜ୍ଞତା ରହିଛି । ତେଣୁ ବିସିସିଆଇ ରୋ-କୋଙ୍କ ପଛରେ ନଲାଗି ସେମାନଙ୍କୁ କିଛି ସମୟ ଦେବା ଦରକାର ବୋଲି ବାଙ୍ଗର କହିଛନ୍ତି ।