ଅପରାଧୀ ସିପୁକୁ ପୋଲିସର ଏନ୍‌କାଉଣ୍ଟର, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ଥିଲା ସାମିଲ

NEWS7
nsa-may-take-against-gangster-raja-acharya

ବଡ଼ବିଲ ୦୧।୦୨: ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣା । ଗିରଫ ଡକାୟତ ଖସିବାକୁ ଚେଷ୍ଟା କରିବା ବେଳେ ପୋଲିସ୍ ଏନକାଉଣ୍ଟରରେ ଗୁରୁତର। ଗୁରୁତର ଡକାୟତ ଜଣକ ବିହାର ପାଟନା ପିପାରା ଅଞ୍ଚଳର ସିପୁ କୁମାର। ସିପୁକୁ ପୋଲିସ୍ ଗିରଫ କରି ଆଣିବା ପରେ ସୀମାବର୍ତ୍ତି ଟାଙ୍କୁରା ଅଞ୍ଚଳକୁ ନେଇଥିଲା। ସେଠାରେ ସୁନା ଲୁଚାଇ ରଖି ଥିବା କଥା ପୋଲିସକୁ କହିଥିଲା ସିପୁ । ମାତ୍ର ସେଠାରେ ପହଞ୍ଚି ଲୁଚାଇ ରଖିଥିବା ପିସ୍ତଲ ବାହାର କରି ପୋଲିସ୍ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଆତ୍ମରକ୍ଷା ପାଇଁ ଫାୟାରିଂ କରିଥିଲା । ଏଥିରେ ଅଭିଯୁକ୍ତ ଆହତ ହୋଇଛି । ତାକୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, ଗତ ୧୯ ତାରିଖରେ ବଡ଼ବିଲ ବ୍ୟାଙ୍କ ଅଫରାଷ୍ଟ୍ର ଶାଖାରୁ ବନ୍ଧୁକ ମୁନରେ ନଗଦ ୪ ଲକ୍ଷରୁ ଅଧିକ ଟଙ୍କା, ୭ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ଲୁଟ୍‌ ସମୟରେ ଲୁଟେରା ସିସିଟିଭି ଡିଭିଆରକୁ ମଧ୍ୟ ସାଥିରେ ନେଇଯାଇଥିଲେ । ଲୁଟ୍‌ ପରେ ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ବିଲେଇପଦା ଦେଇ ନୂଆମୁଣ୍ଡି ରାସ୍ତାରେ ଝାଡ଼ଖଣ୍ଡକୁ ଯାଇଥିଲେ । ପରେ ପୋଲିସ ଏହି ଘଟଣାରେ ଝାଡ଼ଖଣ୍ଡ ଧାନବାଦରୁ ୭ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଲୁଟେରା ସଂପର୍କରେ ତଥ୍ୟ ମିଳିଥିଲା । ଏହାପରେ ପୋଲିସ ଅପରାଧୀ ସିପୁ ସଂପର୍କରେ ଜାଣିଥିଲା । ଆଉ ଗିରଫ କରିବା ଲାଗି ଜାଲ ବିଛାଇଥିଲା । ସିପୁକୁ ପୋଲିସ୍ ଗିରଫ କରି ଆଣିବା ପରେ ସୀମାବର୍ତ୍ତି ଟାଙ୍କୁରା ଅଞ୍ଚଳକୁ ନେଇଥିଲା। ସେଠାରେ ସୁନା ଲୁଚାଇ ରଖି ଥିବା କଥା ପୋଲିସକୁ କହିଥିଲା ସିପୁ। ମାତ୍ର ସେଠାରେ ପହଞ୍ଚି ଲୁଚାଇ ରଖିଥିବା ପିସ୍ତଲ ବାହାର କରି ପୋଲିସ୍ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଆତ୍ମରକ୍ଷା ପାଇଁ ଫାୟାରିଂ କରିଥିଲା । ଏଥିରେ ଅଭିଯୁକ୍ତ ଆହତ ହୋଇଛି । ତାକୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।