ଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟିକ ଦୂତ, ନ୍ୟୁଜିଲ୍ୟାଣ୍ଡ ଓ ଓଡ଼ିଶା ମଧ୍ୟରେ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ ନେଇ ଆଲୋଚନା

NEWS7
nri-girl-named-nasas-first-mechanised-martian-helicopter

ଭୁବନେଶ୍ୱର: ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଲୋକସେବା ଭବନଠାରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡ ଓ ଓଡ଼ିଶା ମଧ୍ୟରେ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ ନେଇ ଆଲୋଚନା ହୋଇଥିଲା।

ବିଶ୍ବବଜାରରେ ଓଡ଼ିଶା ଉତ୍ପାଦର ପ୍ରଚାର ପ୍ରସାର ଦିଗରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ନ୍ୟୁଜିଲ୍ୟାଣ୍ଡଠାରେ ରାଜ୍ୟର ହସ୍ତକଳା ପ୍ରଦର୍ଶନୀ ନେଇ ମଧ୍ୟ ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ନ୍ୟୁଜିଲ୍ୟାଣ୍ଡର ଦକ୍ଷତା ବିକାଶ, କୃଷି, ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ, ଶିଳ୍ପର ଅଭିବୃଦ୍ଧି ଓ ପୁଞ୍ଜିନିବେଶ ନେଇ ବିଭିନ୍ନ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା।

ସୂଚନାଯୋଗ୍ୟ ଯେ, ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ଚଳିତ ମାସ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ରହିଛନ୍ତି।